ଭୁବନେଶ୍ୱର ଡକାୟତି ମାମଲାରେ ମିଳିଲା ବାଂଲାଦେଶୀ ଲିଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଭୁବନେଶ୍ୱର ଡକାୟତି ମାମଲାରେ ମିଳିଲା ବାଂଲାଦେଶୀ ଲିଙ୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍‌ ହାତରେ ଧରାପଡିଥିବା ବାଂଲାଦେଶୀ ଡକାୟତଙ୍କ ଲିଙ୍କ୍‌ ଭୁବନେଶ୍ୱରରେ ରହିଛି। ଏକଥା ଜଣାପଡ଼ିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିଶନରେଟ ପୁଲିସର ଏକ ଟିମ୍ ଦିଲ୍ଲୀ ଗସ୍ତ କରିଛି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କଲେ ଲୁଟ୍‌ର ବହୁ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶା କରିଛି।

ଅନ୍ୟପକ୍ଷରେ ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍‌ ହାତରେ ଧରାପଡ଼ିଥିବା ଦୁଇ ବାଂଲାଦେଶୀ ଡକାୟତ କେବଳ ଭୁବନେଶ୍ୱର ନୁହେଁ ଦିଲ୍ଲୀ, ବେଙ୍ଗାଲୁରୁ ଓ ଗୋଆରେ ହୋଇଥିବା ଏକାଧିକ ଡକାୟତି ମାମଲାରେ ସଂପୃକ୍ତ ଅଛନ୍ତି। ଯାହାର ତଥ୍ୟା ପୁଲିସ ଜାଣିବାକୁ ପାଇଛି।

୨୦୧୮ ଅଗଷ୍ଟ ୨ ତାରିଖରେ ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ନରେଶ ପଣ୍ଡାଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ନରେଶଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ପରିବାର ଲୋକଙ୍କୁ ବନ୍ଧକ କରି ୨୬ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଲୁଟିଥିଲେ।

ସେହିପରି ୨୦୧୯ ଫେବୃୟାରୀ ୨୬ ତାରିଖରେ ଚନ୍ଦ୍ରଶେଖରପୁର କାନନବିହାର ଅଞ୍ଚଳରେ ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକର ଦାସଙ୍କ ଗ୍ରୀଲ୍‌ ଭାଙ୍ଗି ପ୍ରାୟ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଇଥିଲେ। ଲୁଟ୍‌ ସମୟରେ ବର୍ଷକର ପିଲାଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖିଥିଲେ ଡକାୟତ। ଏହି ଦୁଇଟି ଘଟଣାରେ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା। ହେଲେ ମିଳିନଥିଲା ସୁରାଗ। ତେବେ କାନନ ବିହାର ଡକାୟତିରେ ପୁଲିସ ଖୋଳତାଡ଼ କରି ସେହି ଘଟଣା ଢାକା ଲିଙ୍କ ବାହାର କରିଥିଲା। ଏବେ ଦିଲ୍ଲୀ ପୁଲିସ କବ୍‌ଜାରେ ଥିବା ଦୁଇ ବାଂଲାଦେଶୀ ଭୁବନେଶ୍ୱର ଡକାୟତିରେ ସଂପୃକ୍ତ ଥିବା ମାନିଛନ୍ତି। ଯାହା ଭୁବନେଶ୍ୱର ପୁଲିସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।



from Odisha Reporter http://bit.ly/2Q9D9BJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages