
ନୂଆଦିଲ୍ଲୀ: ବିଜେପି ନେତାଙ୍କଠାରୁ ବାଜିରେ ହାରିବା ପରେ ଜଣେ କଂଗ୍ରେସ କର୍ମୀଙ୍କୁ ଲଣ୍ଡା ହେବାକୁ ପଡ଼ିଛି। ବିଜେପି ସାଧାରଣ ନିର୍ବାଚନରେ କ୍ଲିନ୍ସ୍ୱିପ୍ କରିବାପରେ ସେ ଏପରି କରିଥିବା ଜଣାପଡ଼ିଛି। କଂଗ୍ରେସ କର୍ମୀବାପୁ ଲାଲ ସେନ୍ ବିଜେପିର ରାମ ବାବୁଙ୍କ ସହ ବାଜି ଲଗାଇଥିଲେ ଯେ ଯଦି ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି, ସେ ଲଣ୍ଡା ହେବେ।
ବାପୁ କହିଛନ୍ତି, “ମୁଁ ବାଜି ଲଗାଇଥିଲି ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ମୁଁ ଲଣ୍ଡା ହେବି, ଆଉ ଯଦି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ ସେ ଲଣ୍ଡା ହେବେ। ଏବେ ମୋ ଦଳ ହାରିବା ପରେ ମୁଁ ଲଣ୍ଡା ହେଲି।”
ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳର ରାଜନୀତିକ ଦଳର କର୍ମୀମାନେ ଏଭଳି ବାଜି ଲଗାଇବା ଏବଂ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପୂର୍ବରୁ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦେହାନ୍ତ ପରେ ଇନ୍ଦୁ ସିଂହ ନାମକ ଜଣାଶୁଣା କଂଗ୍ରେସ କର୍ମୀ ବର୍ଷେ କାଳ ମୌନବ୍ରତ ପାଳନ କରିଥିଲେ। ପୂର୍ବରୁ ଥରେ କଂଗ୍ରେସ ଏଠାରେ କ୍ଷମତାକୁ ଫେରିବା ପରେ ଅଖିଲେଶ ଯୋଶୀ ଡିଗ୍ଗି ଚପଲ ପିନ୍ଧିବା ବନ୍ଦ କରିଦେଇଥିଲେ।
from Odisha Reporter http://bit.ly/2JDjHwY
No comments:
Post a Comment