ଥାନା ଛାତରୁ ଡେଇଁଲା ଯୁବକ, ମେଡିକାଲ୍‌ରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଥାନା ଛାତରୁ ଡେଇଁଲା ଯୁବକ, ମେଡିକାଲ୍‌ରେ ଭର୍ତ୍ତି

ସୁବର୍ଣ୍ଣପୁର (ରଵୀନ୍ଦ୍ର ହୋତା): ଥାନାର ଉପର ମହଲାରୁ ତଳକୁ ଡେଇଁ ପଡ଼ିଲେ ଜଣେ ଯୁବକ। ଯାହାଙ୍କୁ ତହସିଲ ଅଫିସରେ ପାଟିତୁଣ୍ଡ କରିବା ଅଭିଯୋଗରେ ଅଟକ ରଖିଥିଲା ପୁଲିସ। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ ଘଟିଛି।

ବୀରମହାରାଜପୁର ବ୍ଲକ ଟିଠିପାଲି ଗାଁର ଲିଙ୍ଗ ଅମାତ ଆଜି ତହସିଲ ଅଫିସରେ ପଶି ପାଟିତୁଣ୍ଡ କରୁଥିଲେ। ଏ ସମ୍ପର୍କରେ ତହସିଲ୍‌ ପକ୍ଷରୁ ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ତହସିଲ ଅଫିସରେ ପହଞ୍ଚି ଲିଙ୍ଗଙ୍କୁ କାବୁ କରି ଥାନାକୁ ନେଇଥିଲେ। ଥାନାରେ ପହଞ୍ଚିବା ପରେ ସେ ଉପର ମହଲାକୁ ଚଢ଼ିଯାଇ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ତହସିଲ ଅଫିସରେ ଳିଙ୍ଗ କଣ ପାଇଁ ପାଟିତୁଣ୍ଡ କରୁଥିଲେ, ତାହା ଜଣାପଡ଼ି ନାହିଁ। ଏନେଇ ଲିଙ୍ଗ କିମ୍ୱା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter http://bit.ly/2MgyjEs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages