ଫୋନି ନେଲା ୪ ଜୀବନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

ଫୋନି ନେଲା ୪ ଜୀବନ!

ବାରିପଦା (ମାଣିକଲାଲ ପାଣି): ବାତ୍ୟା ‘ଫୋନି’ ନେଲା ୪ ଜୀବନ! ଗତକାଲି ‘ଫୋନି’ ପ୍ରଭାବରେ ହୋଇଥିବା ପବନରେ ଗଛ ପଡ଼ି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଗତକାଲି ଦୁଇ ଜଣ ଯୁବକ ବାଇକ୍‌ରେ ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଯାଉଥିବା ବେଳେ  ବେଳେ ସେମାନଙ୍କ ଉପରେ ଗୋଟିଏ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ମୁର୍ଗାବାଡ଼ି ଅଞ୍ଚଳରେ ଦୋକାନ ଉପରେ ଗଛ ଉପୁଡ଼ିବାରୁ ଦୋକାନୀଙ୍କ ମୃତ୍ୟୁ ଘଟିଛି। ବାରିପଦା ସହର ଉପକଣ୍ଠ ଚାଉଳିଶୋଳ ଛକରେ ଏକ ସ୍କପିଓ ଉପରେ ଗଛ ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି।

ସୂଚନାରୁ ପ୍ରକାଶ, ‘ଫୋନି’ର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୨ଟା ଭିତରେ ପ୍ରବଳ ବର୍ଷା ହୋଇଥିଲା। ପବନ ମଧ୍ୟ ବହିଥିଲା। ବାରିପଦା ସହର ସମେତ ରାରଙ୍ଗପୁର, କପ୍ତିପଦା, ଖୁଣ୍ଟା, ଶ୍ୟାମାଖୁଣ୍ଟା, ଗୋପବନ୍ଧୁନଗର, ସାରଶକଣା ବ୍ଲକରେ ଫୋନି ତାଣ୍ଡବ ରଚିଛି। ଫୋନି ପ୍ରଭାବରେ ବିଶୋଇରେ ୮୭ ମିଲି ମିଟର, ଗୋପବନ୍ଧୁନଗରରେ ୫୭ ମିଲି ମିଟର, ସାରଶକଣାରେ ୬୮ ମିଲି ମିଟର ବର୍ଷା ହୋଇଛି।



from Odisha Reporter http://bit.ly/2JfRsDC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages