ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ଧୋନି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ବାଂଲାଦେଶ ପାଇଁ ଫିଲ୍ଡିଂ ସଜାଇଲେ ଧୋନି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଖେଳ ପଡ଼ିଆରେ ଟିମ୍‌ ଇଣ୍ଡିଆର ଅଭିଜ୍ଞ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଚତୁର ଖେଳୁଆଡ଼ ମନୋଭାବ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ଧୋନିଙ୍କ ଆଉ ଏକ ଖେଳୁଆଡ଼ ମନୋଭାବ ବାଂଲାଦେଶ ବିପକ୍ଷ ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌ରେ ଦେଖିବାକୁ ମିଳିଛି।

ଗତକାଲି ବାଂଲାଦେଶ ବିପକ୍ଷ ଅଭ୍ୟାସ୍‌ ମ୍ୟାଚ୍‌ରେ ଧୋନି ବିସ୍ଫୋରକ ୧୧୩ର ଇନିଂସ ଖେଳିଛନ୍ତି। ତେବେ ବାଂଲାଦେଶର ବୋଲିଂ ବେଳେ ଧୋନି ଫିଲ୍ଡିଂ ସଜାଇବା ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ଇନିଂସର ୪୦ତମ ଓଭର୍‌ରେ ଏହି ଘଟଣା ଘଟିଥିଲା। ଧୋନି ବ୍ୟାଟିଂ କରୁଥିବା ବେଳେ ବାଂଲାଦେଶ ପକ୍ଷରୁ ସବିର ରେହମାନ ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିଲେ। ସବିର ବୋଲିଂ କରିବାକୁ ଉଦ୍ୟମ କରୁଥିବା ବେଳେ ଧୋନି ତାଙ୍କୁ ଅଟକାଇ ଦେଇଥିଲେ। ସ୍କୋୟାର ଲେଗ୍‌ର ବହୁତ ପଛରେ ଫିଲ୍ଡିଂ କରିଥିବା ଜଣେ ଖେଳାଳିଙ୍କୁ ଧୋନି ସେଠାରେ ନ ଫିଲ୍ଡିଂ ନ କରି ଆଉ ଟିକିଏ ପାଖକୁ ଆସିବାକୁ କହିଥିଲେ। ସବିର ମଧ୍ୟ ତୁରନ୍ତ ଧୋନିଙ୍କ କଥା ମାନି ଫିଲ୍ଡିଂ ବଦଳାଇଥିଲେ।

ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2HJQnCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages