ସୋନାଙ୍କୁ ଜୀବନରେ ମାରିଦେବାକୁ ମିଳିଲା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ସୋନାଙ୍କୁ ଜୀବନରେ ମାରିଦେବାକୁ ମିଳିଲା ଧମକ

ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କୁ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନା ଏହି ଧମକ ମିଳିଥିବା ମେଲ୍‌କୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଏହି ଟ୍ୱିଟ୍‌ କରି ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଅବଗତ କରାଇବା ସହ ତାଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍‌ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍‌ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି ତୁମର ହତ୍ୟା କରିବୁ। ଏହା ମୋର ଶେଷ ଚେତାବନୀ।

ସୋନା ଏହି ଟ୍ୱିଟ୍‌ କରି ସଲ୍‌ମାନ ଏବଂ ତାଙ୍କ ଫ୍ୟାନ୍ସଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଅଭିନେତାଙ୍କ ଫଲୋଅର୍ସ ଆକାଉଣ୍ଟରୁ ଏପରି ମେଲ୍‌ ସବୁଦିନ ଆସେ। ଏହା ପରେ ସେ ସଲ୍‌ମାନ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହିପରି ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ଖରାପ ବ୍ୟବହାର କରିବାକୁ ପ୍ରେରିତ କରିଥାଏ। ସେ ଭାରତ ଭଳି ମହାନ୍‌ ଶବ୍ଦକୁ ନିଜ ସହ ନେଇ ବୁଲୁଛନ୍ତି।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, କିଛି ଦିନ ପୂର୍ବରୁ ସୋନା ସଲ୍‌ମାନ୍‌ଙ୍କୁ ବିଷାକ୍ତ ପୁରୁଷ କହି ଚର୍ଚ୍ଚାକୁ ଆସିଥିଲେ। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିବା କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ସେବେଠୁ ସଲ୍‌ମାନ୍‌ ପ୍ରିୟଙ୍କାଙ୍କୁ ନେଇ ନକରାତ୍ମକ ଟିପ୍ପଣୀ ଦେଇ ଟାର୍ଗେଟ୍‌ କରିଆସିଛନ୍ତି। ଏ କଥା ସୋନାଙ୍କୁ ପସନ୍ଦ ନ ଆସିବାରୁ ସୋନା ସୋଶାଲ୍ ମିଡିଆରେ ସଲମାନ୍‌ଙ୍କୁ ଟାର୍ଗେଟ କରିଥିଲେ।

ପ୍ରିୟଙ୍କାଙ୍କୁ ସମର୍ଥନ କରି ସୋନା ଏକ ଟ୍ୱିଟ୍‌ କରିଥିଲେ। ସେହି ଟ୍ୱିଟ୍‌ରେ ସୋନା ସଲମାନଙ୍କୁ ସୋଶାଲ୍ ମିଡିଆରେ ବିଷାକ୍ତ ପୌରଷତ୍ୱର ପରାମର୍ଶଦାତା ବୋଲି କହି ଚର୍ଚ୍ଚାକୁ ଆସିଥିଲେ।



from Odisha Reporter http://bit.ly/2YSBOCv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages