ୟୁପି: ଗତ ୨୩ ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ଉତ୍ତର ପ୍ରଦେଶ ଗୋଣ୍ଡା ଜିଲ୍ଲାର ଜଣେ ମୁସଲିମ ମହିଳା ତାଙ୍କର ନବଜାତ ଶିଶୁପୁତ୍ରର ନାଁ ରଖିଥିଲେ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’। କିନ୍ତୁ ସପ୍ତାହକ ମଧ୍ୟରେ ସେ ତାଙ୍କ ପୁଅର ନାମ ବଦଳାଇ ଦେଇଛନ୍ତି। ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ବଦଳରେ ପୁଅର ନାଁ ‘ମହମ୍ମଦ ଅଲତାଫ ଆଲମ ମୋଦି’ ରଖିଛନ୍ତି। ନବଜାତ ଶିଶୁର ମାଆ ମୈନାଜ୍ ବେଗମ୍ ନିଜ ପରିବାର ଏବଂ ସମ୍ପ୍ରଦାୟର ଚାପରେ ପଡ଼ି ପୁଅର ନାଁ ବଦଳାଇ ଥିବା ଜଣାପଡ଼ିଛି।
ମେ’ ୨୩ରେ ସାଧାରଣ ନିର୍ବାଚନର ଫଳାଫଳ ବାହାରିଥିଲା। ସେହିଦିନ ମୈନାଜ୍ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ପୁଅର ନାଁ କ’ଣ ରଖାଯିବ, ସେ ନେଇ ପରିବାର ଭିତରେ ଆଲୋଚନା ଚାଲିଥିବା ବେଳେ ମୈନାଜ୍ କହିଥିଲେ, ତାର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ଦିଆଯାଉ। ଏହାପରେ ଜନ୍ମ ପଞ୍ଜିକରଣ ଅଫିସକୁ ଯାଇ ପୁଅର ନାମ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ବୋଲି ଲେଖାଇ ଥିଲେ।
ପୁଅର ନାମ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିଥିବାରୁ ଜନ୍ମ ପରେ ପରମ୍ପରା ଅନୁଯାୟୀ ପୂଜାପାଠ ହେବା ବେଳେ ପରିବାର ସଦସ୍ୟଙ୍କୁ ଛାଡ଼ିଦେଲେ, ବନ୍ଧୁ ବର୍ଗ ଓ ସାଇପଡ଼ିଶାର କେହି ଜଣେ ମଧ୍ୟ ଯୋଗ ଦେଇନଥିଲେ। ତେଣୁ ବାଧ୍ୟ ହୋଇ ମହିଳା ଜଣଙ୍କ ପୁଅର ନାମ ପରିବର୍ତ୍ତନ କରିଛନ୍ତି।
from Odisha Reporter http://bit.ly/2XecJBt
No comments:
Post a Comment