
ନୂଆଦିଲ୍ଲୀ: ଦେଶର ସମ୍ବିଧାନରେ ଜାତିଗତ ଭେଦଭାବର ସ୍ଥାନ ନାହିଁ। କିନ୍ତୁ ବହୁତ ଲୋକଙ୍କ ମନରେ ଆଜି ଯାଏ ଜାତିଗତ ଭେଦଭାବ ବସା ବାନ୍ଧିଛି। ଏହାର ଆଉ ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି। ସରକାରୀ ଚାକିରି ପାଇବାରୁ ବଞ୍ଚିତ ହୋଇଥିବାରୁ ଜଣେ ମହିଳା ଦଳିତ ସଂପ୍ରଦାୟଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ @nadeemNBT ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ମହିଳା ଜଣଙ୍କ ଦଳିତମାନେ ସଂରକ୍ଷଣ ଯୋଗୁ ଉଚ୍ଚ ଜାତିର ଲୋକଙ୍କ ଠାରୁ ସରକାରୀ ଚାକିରି ଛଡ଼ାଇ ନେଉଥିବା ଅଭିଯୋଗ କରିଛନ୍ତି। ଏଥିସହ ସଂରକ୍ଷଣ ସମାଜରେ ଜାତିଗତ ଭେଦଭାବ ସୃଷ୍ଟି କରିଛି ବୋଲି ଭାଇରାଲ ହୋଇଥିବା ୪୦ ସେକେଣ୍ଡର ଏହି ଭିଡିଓରେ ମହିଳା ଜଣଙ୍କ କହୁଥିବା ଦେଖିବାକୁ ମିଳିଛି।
ଭିଡିଓରେ ମହିଳା ଜଣଙ୍କ ଦଳିତଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ ହେଁ ବେଶ ହସିହସି ମନ୍ତବ୍ୟ ଦେଉଛନ୍ତି। ସେ କହିଛନ୍ତି,“ ମୁଁ ସରକାରୀ ଚାକିରି ପାଇବାକୁ ସକ୍ଷମ ହେଲି ନାହିଁ। ମୁ ଯଦି xxx (ଅଶ୍ଲିଳ ଭାଷା) ଦଳିତ ଜାତିରେ ଜନ୍ମ ହେଇଥାଆନ୍ତି, ତା’ହେଲେ ଆଜି ଚାକିରି ପାଇଥାଆନ୍ତି। ଦଳିତ ମାନେ ହେଉଛନ୍ତି କେବଳ xxx (ଅଶ୍ଲିଳ ଭାଷା)ସମାଜରେ ଛିଡ଼ା ହେବାର ଅଧିକାର ସେମାନଙ୍କର ନାହିଁ।”
ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଭିଡିଓର ଶେଷ ଭାଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଭାଇରାଲ ହୋଇଥିବା ଭିଡିଓକୁ ୧ ଲକ୍ଷ ଲୋକ ଦେଖି ସାରିଲେଣି।
from Odisha Reporter http://bit.ly/2HgxNBL
No comments:
Post a Comment