
ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ମାନପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ୧୩ଟି ନାଗଛୁଆ ଉଦ୍ଧାର କରାଯାଇଛି। ତା’ ସହିତ ମା’ ନାଗକୁ ମଧ୍ୟ ଉଦ୍ଧାର କରାଯାଇଛି। ଯାଜପୁର ରୋଡ୍ ବନବିଭାଗ ଓ ସ୍ନେକ୍ ହେଲପ୍ ଲାଇନ୍ର ମିଳିତ ଉଦ୍ୟମରେ ସାପଗୁଡ଼ିକୁ ଉଦ୍ଧାର କରାଯାଇଛି।
ଗାଁର ଶିବପ୍ରସାଦ ଜେନାଙ୍କ ପରିବାର ଲୋକେ ପ୍ରଥମେ ଗୋଟିଏ ସାପ ଘର ଭିତରକୁ ପଶୁଥିବା ଦେଖିଥିଲେ। ସେମାନେ ଏନେଇ ବନ ବିଭାଗକୁ ଜଣାଇଥିଲେ। ବନବିଭାଗ ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ।
ମଣିଭଦ୍ର ମଲ୍ଲିକଙ୍କ ନେତୃତ୍ୱରେ ସ୍ନେକ୍ ହେଲ୍ପ ଲାଇନ୍ର ଦୁଇ ଜଣ ସଦସ୍ୟ ଓ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ମା’ ନାଗ ସହିତ ୧୩ଟି ଛୁଆ ନାଗଙ୍କୁ ଉଦ୍ଧାର କରିଥିଲେ। ପରେ ସେଗୁଡ଼ିକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଯାଜପୁର୍ ରୋଡ୍ ଅଞ୍ଚଳରେ ଜଣେ ମହିଳାଙ୍କୁ ନାଗ ସାପ କାମୁଡ଼ି ଦେଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଛି।
from Odisha Reporter http://bit.ly/2VXlkeH
No comments:
Post a Comment