ଖେଳରତ୍ନ ପାଇଁ ଶ୍ରୀଜେଶଙ୍କ ନାମ ସୁପାରିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଖେଳରତ୍ନ ପାଇଁ ଶ୍ରୀଜେଶଙ୍କ ନାମ ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ତାରକା ଗୋଲକିପର ପିଆର୍ ଶ୍ରୀଜେଶଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରିଛି। ଶ୍ରୀଜେଶଙ୍କ ବ୍ୟତୀତ ହକି ଇଣ୍ଡିଆ ଆଉ ତିନିଜଣ ଖେଳାଳି ଯଥା ମିଡଫିଲ୍ଡର ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ ଓ ଫରୱାର୍ଡ ଖେଳାଳି ଆକାଶଦୀପ ସିଂହ ଏବଂ ମହିଳା ଟିମ୍ ଡିଫେଣ୍ଡର ଦୀପିକାଙ୍କ ନାମ ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ଅର୍ଜୁନ ଆୱାର୍ଡ ପାଇଁ ସୁପାରିସ୍ କରିଛି।

ହକିରେ ଜୀବନବ୍ୟାପୀ ଯୋଗଦାନ ପାଇଁ ହକି ଇଣ୍ଡିଆ ଆର୍ ପି ସିଂହ, ସନ୍ଦୀପ କୌରଙ୍କ ନାମ ସମ୍ମାନଜନକ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ୍ କରିଛି। ତେବେ କୋଚ୍ ବଲଜିତ୍ ସିଂହ, ବିଏସ୍ ଚୌହାନ୍ ଓ ରମେଶ ପଠାନିଆଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି।

ଶ୍ରୀଜେଶ ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗୋଲକିପର। ସେ ୨୦୦୬ରେ ଶ୍ରୀଲଙ୍କାରେ ଆୟୋଜିତ ସାଉଥ୍ ଏସିଆନ୍ ଗେମ୍ସ ପରଠାରୁ ଭାରତୀୟ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି। ସେ ୨୦୦ରୁ ଊଦ୍ଧ୍ୱର୍ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଏହା ମଧ୍ୟରେ ସେ ୨୦୧୪ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ, ୨୦୧୮ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୬ ଓ ୨୦୧୮ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୪ରେ ତାଙ୍କୁ ଏଫଆଇଏଚ୍ ପକ୍ଷରୁ ଶ୍ରେଷ୍ଠ ଗୋଲକିପର ପାଇଁ ମନୋନୀତ କରାଯାଇଥିଲା, କିନ୍ତୁ ସେ ଅଳ୍ପକେ ଏହି ପୁରସ୍କାରରୁ ବଞ୍ଚିତ ହୋଇଥିଲେ। ଏହି ଗୋଲକିପର ଜଣକ ମଧ୍ୟ ଅନେକ ମ୍ୟାଚରେ ଭାରତର ସଫଳ ନେତୃତ୍ୱ ବହନ କରିଛନ୍ତି। ୨୦୧୫ରେ ତାଙ୍କୁ ଅର୍ଜୁନ୍ ପୁରସ୍କାର ଏବଂ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସେହିପରି ଚିଙ୍ଗଲେସାନା ୨୦୧୧ରେ ପଦାର୍ପଣ କରିବା ପରଠାରୁ ଭାରତ ପକ୍ଷରୁ ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ଭାରତୀୟ ହକି ଟିମର ଉପଅଧିନାୟକ ରହିଆସିଛନ୍ତି। ସେ ୨୦୧୩ ଏସିଆ କପରେ ରୌପ୍ୟ, ୨୦୧୪ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୭ ଏସିଆ କପରେ ସ୍ୱର୍ଣ୍ଣ, ୨୦୧୭ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ ଫାଇନାଲରେ ବ୍ରୋଞ୍ଜ, ୨୦୧୮ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ, ୨୦୧୮ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୮ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସ୍ୱର୍ଣ୍ଣ ପଦକ ଟିମର ସଦସ୍ୟ ରହିଆସିଛନ୍ତି।

୨୦୧୨ରେ ଡେବ୍ୟୁ କରିଥିବା ୨୪ ବର୍ଷୀୟ ଆକାଶଦୀପ ୧୭୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଆସିଛନ୍ତି। ସେ ୨୦୧୪ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୫ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ ଫାଇନାଲରେ ବ୍ରୋଞ୍ଜ, ୨୦୧୭ ଏସିଆ କପରେ ସ୍ୱର୍ଣ୍ଣ, ୨୦୧୭ ଏଫଆଇଏଚ୍ ୱାର୍ଲ୍ଡ ଲିଗ୍ ଫାଇନାଲରେ ବ୍ରୋଞ୍ଜ, ୨୦୧୮ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ଏବଂ ୨୦୧୮ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।

ଅନ୍ୟପକ୍ଷରେ ହରିୟାଣାରେ ଜନ୍ମିତ ଦୀପିକା ତିନିଥର (୨୦୦୬, ୨୦୧୦ ଓ ୨୦୧୮) ଏଫଆଇଏଚ୍ ୱାର୍ଲ୍ଡ କପରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏହି ଡିଫେଣ୍ଡର ଭାରତ ପକ୍ଷରୁ ୨୦୦ରୁ ଅଧିକ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ୨୦୧୭ରେ ଆୟୋଜିତ ଏସିଆ କପରେ ସେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହାଛଡ଼ା ୨୦୧୬ରେ ତାଙ୍କୁ ଧ୍ରୁବ ବାତ୍ରା ପ୍ଲେୟର୍ ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।



from Odisha Reporter http://bit.ly/2GWYAmD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages