
ଲଣ୍ଡନ: ବଡ଼ବଡ଼ ଘଟଣାର ଖୁଲାସା କରିଥିବା ହ୍ୱିସଲବ୍ଲୋୟର ସଂସ୍ଥା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ୍ ଆସାଞ୍ଜଙ୍କୁ ଜାମିନ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ଲଣ୍ଡନର ଏକ କୋର୍ଟ ତାଙ୍କୁ ୫୦ ସପ୍ତାହ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଆଜି କୋର୍ଟରେ ଅନ୍ୟମାନଙ୍କୁ ଅସମ୍ମାନ ପ୍ରଦର୍ଶନ କରିଥିବାରୁ କ୍ଷମା ମାଗି ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ସେ କୋର୍ଟ ଏବଂ ଅନ୍ୟମାନଙ୍କୁ ନିଜର ଜାମିନ୍ ଆବେଦନ ସମୟରେ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଗୁରୁବାର ତାଙ୍କ ପ୍ରତ୍ୟର୍ପଣ ମାମଲାର ମଧ୍ୟ ଶୁଣାଣି ହେବ। ତାଙ୍କୁ ଆମେରିକା ଦୁର୍ନୀତି ଅଭିଯୋଗରେ ପଚରାଉଚରା କରିବାକୁ ଚାହୁଁଛି।
ଏପ୍ରିଲ ୧୧ରେ ଇକ୍ୱେଡର ଦୂତାବାସରୁ ୪୭ ବର୍ଷୀୟ ଜୁଲିଆନ୍ଙ୍କୁ ଗିରଫ କରାଯାଇଥିଲା। ସେ ଏଠାରେ ୨୦୧୨ରୁ ଆତ୍ମଗୋପନ କରିଥିଲେ। ସ୍ଵିଡେନ୍ରେ ଏକ ଯୌନ ନିର୍ଯାତନା ଘଟଣାରେ ଜୁଲିଆନ୍କୁ ପଚରା ଉଚରା କରାଯିବାର ଥିଲା। ଏଥିରୁ ବର୍ତ୍ତିବା ପାଇଁ ଜୁଲିଆନ୍ ୨୦୧୨ରୁ ଲଣ୍ଡନରେ ଇକ୍ୱେଡରର ଦୂତାବାସରେ ଶରଣାର୍ଥୀ ଭାବେ ରହି ଆସୁଥିଲେ।
ପରବର୍ତ୍ତୀ ସମୟରେ ଏହି ମାମଲା ବନ୍ଦ ହୋଇଯାଇଥିଲା। କିନ୍ତୁ ଆମେରିକାରେ ୱିକିଲିକ୍ସର ତଦନ୍ତ କରାଯାଉଥିବାରୁ ଜୁଲିଆନ୍ ଭୟବୀତ ହୋଇ ଏଠାରେ ରହିବାକୁ ପସନ୍ଦ କରିଥିଲେ। ଇକ୍ୱେଡର ସରକାରଙ୍କ ସହ ଜୁଲିଆନ୍ଙ୍କ ଭଲ ସମ୍ପର୍କ ଥିଲା। କିନ୍ତୁ ଜୁଲିଆନ୍ ଇକ୍ୱେଡର ରାଷ୍ଟ୍ରପତି ଲେନିନ୍ ମୋରେନ୍ଙ୍କ ବ୍ୟକ୍ତିଗତ ଜୀବନ ଉପରେ କିଛି ଗୁପ୍ତ ତଥ୍ୟକୁ ଲିକ୍ କରିଥିବା ଅଭିଯୋଗ ଆସିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶରଣାର୍ଥୀ ଭାବେ ରହି ସବୁ ନିୟମକୁ ଜୁଲିଆନ୍ ଉଲ୍ଲଙ୍ଘନ କରିଥିବାରୁ ଇକ୍ୱେଡରର ଦୂତାବାସ ତାଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଥିଲା।
from Odisha Reporter http://bit.ly/2US1r3W
No comments:
Post a Comment