ଏହି ଭାରତୀୟ ହେଲେ ଆଇସିସିର ପ୍ରଥମ ମହିଳା ରେଫରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ଏହି ଭାରତୀୟ ହେଲେ ଆଇସିସିର ପ୍ରଥମ ମହିଳା ରେଫରୀ

ଦୁବାଇ: ଭାରତର ଜିଏମ୍ ଲକ୍ଷ୍ମୀ ପ୍ରଥମ ମହିଳା ଭାବେ ଆଇସିସି ଅନ୍ତର୍ଜାତୀୟ ମ୍ୟାଚ୍ ରେଫରୀ ପ୍ୟାନେଲରେ ସାମିଲ୍ ହୋଇଛନ୍ତି ଏବଂ ସେ ତତ୍କାଳ ପ୍ରଭାବରେ ଅନ୍ତର୍ଜାତୀୟ ମ୍ୟାଚରେ ନିଜର ଯୋଗଦାନ ଦେଇପାରିବେ। ଚଳିତ ମାସ ଆରମ୍ଭରେ କ୍ଲେୟାର ପୋଲୋସାକ୍ ପୁରୁଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିବାରେ ପ୍ରଥମ ମହିଳା ହୋଇଥିଲେ।

ଘରୋଇ ମହିଳା କ୍ରିକେଟରେ ୨୦୦୮-୦୯ରେ ମ୍ୟାଚ୍ ରେଫରୀ ଭୂମିକା ବହନ କରିଥିବା ୫୧ ବର୍ଷୀୟା ଲକ୍ଷ୍ମୀ ଏପର୍ଯ୍ୟନ୍ତ ତିନି ମହିଳା ଦିନିକିଆ ଓ ୩ ଟି-୨୦ ମ୍ୟାଚ୍ ପରିଚାଳନା କରିଆସିଛନ୍ତି।

ଏ ନେଇ ଲକ୍ଷ୍ମୀ କହିଛନ୍ତି, ଆଇସିସି ଅନ୍ତର୍ଜାତୀୟ ପ୍ୟାନେଲରେ ଚୟନ ହେବା, ମୋ ପାଇଁ ବଡ଼ ସମ୍ମାନର କଥା, କାରଣ ଏହା ଦ୍ୱାରା ମୋ ପାଇଁ ଏକ ନୂଆ ରାସ୍ତା ଖୋଲିବ। ଭାରତରେ ଜଣେ କ୍ରିକେଟର ଭାବେ ମୋର ଲମ୍ବା କ୍ୟାରିୟର ରହିଛି। ମୁଁ ଆଶା କରୁଛି ଯେ ଜଣେ ଖେଳାଳି ଓ ମ୍ୟାଚ୍ ଅଫିସିଆଲ୍ସ ଭାବେ ମୁଁ ମୋ ଅଭିଜ୍ଞତାକୁ ଅନ୍ତର୍ଜାତୀୟ ସର୍କିଟରେ ଉପଯୋଗ କରିବି।

ଅଷ୍ଟ୍ରେଲିଆର ଇଲୋଇସ୍ ଶେରିଡାନ୍ ଆଇସିସି ଅମ୍ପାୟାରଙ୍କ “ଡେପଲପମେଣ୍ଟ ପ୍ୟାନେଲ୍”ରେ ନିଜ ଦେଶର ପୋଲୋସାକଙ୍କ ସହ ଯୋଗ ଦେଇଛନ୍ତି। ଏହିପରି ଭାବେ ଏହି ପ୍ୟାନେଲରେ ମହିଳାଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହି ପ୍ୟାନେଲରେ ସାମିଲ୍ ହୋଇଥିବା ଅନ୍ୟ ମହିଳାମାନେ ହେଲେ ଲରେନ୍ ଆଗେନବାଗ, କିମ୍ କଟ୍ଟନ୍, ଶିବାନୀ ମିଶ୍ର, ସୁଇ ରେଡଫର୍ନ, ମ୍ୟାରୀ ୱାଲଡ୍ରନ୍ ଓ ଜ୍ୟାକଲିନ୍ ୱିଲିୟମ୍ସ। ଗତବର୍ଷ ସନ୍ନ୍ୟାସ ନେଇଥିବା କ୍ୟାଥି କ୍ରସ୍ ପ୍ରଥମ ମହିଳା ଭାବେ ଏହି ପ୍ୟାନେଲରେ ସାମିଲ୍ ହୋଇଥିଲେ।



from Odisha Reporter http://bit.ly/2HjMWCx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages