ବିଶ୍ୱକପ୍ ପ୍ରସ୍ତୁତି ନେଇ ଏମିତି ମନ୍ତବ୍ୟ ଦେଲେ ଶାସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବିଶ୍ୱକପ୍ ପ୍ରସ୍ତୁତି ନେଇ ଏମିତି ମନ୍ତବ୍ୟ ଦେଲେ ଶାସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ୍ ପରେ ଏବେ ସମସ୍ତଙ୍କ ନଜର ବିଶ୍ୱକପ୍ ଉପରେ। ଆଉ ଦୁଇ ସପ୍ତାହ ପରେ ଆରମ୍ଭ ହେବ କ୍ରିକେଟର ଏହି ମହାକୁମ୍ଭ। ଏଥିପାଇଁ ସବୁ ଦେଶ ପ୍ରାୟତଃ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଶ୍ୱର ଅନ୍ୟତମ ମଜଭୁତ୍ ଟିମ୍ ଭାବେ ପରିଚିତ ଭାରତ ଏପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ କରିନାହିଁ। ଏହା ସତ୍ତ୍ୱେ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବିଶ୍ୱକପରେ ଭାରତର ଭଲ ପ୍ରଦର୍ଶନ ନେଇ ଦୃଢ଼ ନିଶ୍ଚିତ ଅଛନ୍ତି। ଶାସ୍ତ୍ରୀ କହିଛନ୍ତି, “ବିଶ୍ୱକପ୍ ପାଇଁ ଭାରତ ପାଖରେ ଯଥେଷ୍ଟ ଅସ୍ତ୍ର ଅଛି, ଯାହା ପରିସ୍ଥିତି ଅନୁଯାୟୀ ବ୍ୟବହାର କରାଯିବ।”

ଟିମ୍ ଇଣ୍ଡିଆର ଚତୁର୍ଥ ସ୍ଥାନକୁ ନେଇ ଏବେବି ଦ୍ୱନ୍ଦ୍ୱ ରହିଛି। ଏହି ସ୍ଥାନ ପାଇଁ କିଏ ଉପଯୁକ୍ତ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଶ୍ୱକପ ଟିମରେ ବିଜୟ ଶଙ୍କରଙ୍କୁ ସାମିଲ୍ କରାଯିବା ପରେ କିଛି କହିଥିଲେ ଯେ, ଚତୁର୍ଥ ସ୍ଥାନ ସମସ୍ୟା ଦୂର ହୋଇଥିଲା। କିନ୍ତୁ ଏହି ମାମଲାରେ ଶାସ୍ତ୍ରୀଙ୍କ ମତ ଭିନ୍ନ।

ଶାସ୍ତ୍ରୀ କହିଛନ୍ତି, ଟିମରେ କିଛି ବି ସ୍ଥିର ନୁହେଁ। ସବୁ କିଛି ସମୟ ହିସାବରେ ନିର୍ଦ୍ଧାରିତ ହେବ। ଆମ ପାଖରେ ଚତୁର୍ଥ ସ୍ଥାନ ପାଇଁ ଅନେକ ବିକଳ୍ପ ଉପଲବ୍ଧ ଅଛି। ଆମର ୧୫ଜଣ ଖେଳାଳି କୌଣସି ସ୍ଥାନରେ ବି ଖେଳିବା ପାଇଁ ଯୋଗ୍ୟ। ଯଦି କୌଣସି ପେସ୍ ବୋଲର ଆହତ ହୁଅନ୍ତି, ଏହାର ମଧ୍ୟ ବିକଳ୍ପ ଆମ ପାଖରେ ଅଛି।

ଆଇସିସି କ୍ରିକେଟ୍ ୱାର୍ଲ୍ଡ କପ୍ ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ହେବ। ଏହା ପୂର୍ବରୁ ଭାରତ ପାଇଁ କିଛି ସମସ୍ୟା ମଧ୍ୟ ରହିଛି। ବିଶ୍ୱକପ୍ ଟିମରେ ସ୍ଥାନ ପାଇଥିବା କେଦାର ଯାଦବ ଆଇପିଏଲ୍ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏହାଛଡ଼ା ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ମଧ୍ୟ ଫର୍ମରେ ନାହିଁ। କିନ୍ତୁ ଏ ନେଇ ଶାସ୍ତ୍ରୀ ଆଦୌ ବ୍ୟଥିତ ନୁହଁନ୍ତି।

ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ଆସନ୍ତା ୨୨ ତାରିଖରେ ଯେତେବେଳେ ଆମେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବୁ, ସେତେବେଳେ ଦେଖିବୁ ଯେ, ଆମ ସହ କେଉଁ ୧୫ଜଣ ସ୍କ୍ୱାଡ୍ ଯାଉଛନ୍ତି। ସୌଭାଗ୍ୟବଶତଃ, କେଦାର ଯାଦବଙ୍କୁ ଫ୍ରାକଚର୍ ହୋଇନାହିଁ। ଇଂଲଣ୍ଡ ଯିବା ପାଇଁ ଆହୁରି ବହୁତ ସମୟ ଅଛି ଏବଂ ସେତେବେଳକୁ କେଦାର ଫିଟ୍ ହୋଇଯାଇଥିବେ ବୋଲି ମୋର ଆଶା।

ଶାସ୍ତ୍ରୀ ଆହୁରି କହିଛନ୍ତି, ବିଶ୍ୱକପ୍ ପାଇଁ କେହିବି ବି ପୂର୍ବରୁ ରଣନୀତି ପ୍ରସ୍ତୁତ କରିପାରିବ ନାହିଁ। ଏଭଳି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ପରିସ୍ଥିତି ମୁତାବକ ସବୁକିଛି ନିର୍ଦ୍ଧାରିତ ହୋଇଥାଏ। ମୋ ମତରେ ବିଶ୍ୱକପରେ ଆମକୁ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜଠାରୁ ଅଧିକ ସତର୍କ ରହିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ଯେତେବେଳେ ଭାରତ ଗସ୍ତରେ ଆସିଥିଲା, ଆମେ ସିରିଜ୍ ଜିତିଥିଲୁ ସତ, କିନ୍ତୁ ଭ୍ରମଣକାରୀ ଟିମ୍ ସିରିଜରେ ଆମକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ସେହି ସମୟରେ ସେମାନଙ୍କ ଟିମରେ କ୍ରିସ୍ ଗେଲ୍ ଓ ଆନ୍ଦ୍ରେ ରସେଲ ନଥିଲେ। ବିଶ୍ୱକପରେ ଏହି ଦୁଇ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ୍ ସବୁ ଟିମ୍ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।

ଅଷ୍ଟ୍ରେଲିଆ ସମ୍ବନ୍ଧରେ ଶାସ୍ତ୍ରୀ କହିଛନ୍ତି, ଗତ ୨୫ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ସର୍ବାଧିକଥର ବିଶ୍ୱକପ୍ ଟାଇଟଲ୍ ଜିତିଛି। ଏପର୍ଯ୍ୟନ୍ତ ଖେଳିଆସିଥିବା ଅଷ୍ଟ୍ରେଲିଆର ସବୁ ଟିମ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ। ଏବେ ଟିମକୁ ସବୁ ଭଲ ଖେଳାଳି ଫେରିଛନ୍ତି, ଯେଉଁମାନେ ନିକଟରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଚଳିତ ବିଶ୍ୱକପ୍ ସବୁଠାରୁ ଆକର୍ଷଣୀୟ ହେବ ବୋଲି ଶାସ୍ତ୍ରୀ କହିଛନ୍ତି।



from Odisha Reporter http://bit.ly/2JBagx0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages