
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସମ୍ପର୍କୀୟ ଭାଇ ହୋଇଥିବାରୁ ବାହା ହେବାକୁ ମନା କଲେ ପ୍ରେମିକା। ଆଉ ଏଥିରେ ରାଗିଯାଇ ପ୍ରେମିକ ଏକ ବ୍ଲେଡ୍ରେ ପ୍ରେମିକାର ବେକ ଓ ହାତ କାଟି ପକାଇଥିଲେ। ଏପରିକି ନିଜେ ମଧ୍ୟ ନିଜର ବେକ ଓ ହାତ କାଟି ପକାଇ ଦେଇଥିଲେ। ଆଜି ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ ଘଟିଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୂରା ଘଟଣା ଏମିତି। ବଲାଙ୍ଗିର ଜିଲ୍ଲା ବିଜେପୁର ଅଞ୍ଚଳର ସୀମା (ଛଦ୍ମନାମ) ଚଳିତବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ସେ ଜଣେ ୨୧ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ୪ ବର୍ଷ ଧରି ଚାଲିଥିଲା। ମ୍ୟାଟ୍ରିକ୍ ପରୀକ୍ଷା ସରିବା ପରେ ଉଭୟ ନିଜ ପରିବାର ଲୋକଙ୍କୁ ନିଜର ପ୍ରେମ ସମ୍ପର୍କରେ କହିଥିଲେ। ମାତ୍ର ଉଭୟ ସମ୍ପର୍କରେ ଭାଇ ଓ ଭଉଣୀ ହୋଇଥିବାରୁ ପରିବାର ଲୋକେ ମନା କରିଦେଇଥିଲେ। ଏପରିକି ସୀମାଙ୍କ ବାହାଘର ଅନ୍ୟ ଜାଗାରେ କରିଦେବା ପାଇଁ ବର ଖୋଜୁଥିଲେ। ଯାହାକୁ ନେଇ ପ୍ରେମିକ ପ୍ରବର ଭାଙ୍ଗି ପଡ଼ିଥିଲେ।
ତେବେ ଆଜି ଘରଠାରୁ ୧୦୦ ମିଟର ଦୂର ଏକ ସ୍ଥାନକୁ ପ୍ରେମିକ ସୀମାଙ୍କୁ ଡାକିଥିଲେ। ଡାକରା ପାଇ ସୀମା ସେଠାରେ ପହଞ୍ଚି ଥିଲେ। ସେଠାରେ ବାହାହେବା ପାଇଁ ପ୍ରେମିକ ଜିଦ୍ ଧରିଥିଲେ। ମାତ୍ର ପ୍ରେମିକା ସୀମା କିନ୍ତୁ ଏଥିରେ ରାଜି ହୋଇନଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରେମିକ ଏକ ବ୍ଲେଡ୍ରେ ସୀମାଙ୍କ ବେକ ଓ ହାତ କାଟି ପକାଇଥିଲେ। ଏପରିକି ସେ ନିଜେ ନିଜର ବେକ ଓ ହାତ ମଧ୍ୟ କାଟି ପକାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ଟିଟିଲାଗଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲ୍ କଲେଜର ସର୍ଜିକାଲ୍ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
from Odisha Reporter http://bit.ly/2YqRm03
No comments:
Post a Comment