
ଥିରୁଭନନ୍ତପୁରମ: ତାମିଲନାଡୁର ଥିରୁମଦୁରାଇ ଗାଁରେ ଏକ ଅଜବ ଘଟଣା ଘଟିଛି। ଜଣେ ଦଳିତ ବ୍ୟକ୍ତିଙ୍କୁ ଦୁଇ ଜଣ ଯୁବକ ମଣିଷ ମଳ ଖାଇବାକୁ ବାଧ୍ୟ କରିବା ସହ ତାଙ୍କ ଉପରେ ପରିଶ୍ରା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍ ଖୋଜିବା ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ କାଲ୍ଲାର ସଂପ୍ରଦାୟର ୩ ଜଣ ଯୁବକ ଶକ୍ତିଭେଲ, ରାଜେଶ ଓ ରାଜକୁମାର ପୀଡ଼ିତ ପି କୋଲିମାଲାଇ ଘରକୁ ଯାଉଥିବା ବେଳେ ତାଙ୍କୁ ଅଟକାଇ ଥିଲେ। ଏହାପରେ ସେମାନେ ପ୍ରଥମେ କୋଲିମାଲାଇଙ୍କୁ ମାଡ଼ ମାରିଥିଲେ। ଏକ ମନ୍ଦିର କାର୍ଯ୍ୟକ୍ରମକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏହି ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତମାନେ କୋଲିମାଲାଇଙ୍କୁ ଆକ୍ରମଣ କରିଥିଲେ। ପରେ ସେମାନେ ରାସ୍ତାରେ ପଡ଼ିଥିବା ମଣିଷ ମଳକୁ ଖାଇବାକୁ ତାଙ୍କୁ ବାଧ୍ୟ କରିବା ସହ କୋଲିମାଲାଇଙ୍କ ଉପରେ ପରିଶ୍ରା କରିଥିଲେ। ଏହି ଘଟଣାକୁ ନେଇ କୋଲିମାଲାଇ ପୁଲିସ୍ରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ପୁଲିସ୍ ରାଜେଶ ଓ ଶକ୍ତିଭେଲଙ୍କୁ ଗିରଫ କରିଛି। ରାଜକୁମାର ଏବେ ବି ଫେରାର ରହିଛି।
from Odisha Reporter http://bit.ly/2PSxzDO
No comments:
Post a Comment