ଯେଉଁଠି ମୋଦି ଧ୍ୟାନ କରୁଥିଲେ ତାହା ଏକ ଆରାମଦାୟକ ସ୍ଥାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଯେଉଁଠି ମୋଦି ଧ୍ୟାନ କରୁଥିଲେ ତାହା ଏକ ଆରାମଦାୟକ ସ୍ଥାନ!

ଡେରାଡୁନ: ଭାରତର ପ୍ରଧାନମନ୍ତ୍ରୀ ଗୁମ୍ଫା ଭିତରେ ବସି ଧ୍ୟାନ କରିବା ବୋଧ ହୁଏ ଇତିହାସରେ ପ୍ରଥମ ଥର ଘଟିଥାଇ ପାରେ। ଅନ୍ତିମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଭ୍ରମଣ କରି ସେଠାରେ ସାଧୁ ସନ୍ଥ ବେଶରେ ଧ୍ୟାନମୁଦ୍ରାରେ ବସି କ’ଣ ଦର୍ଶାଇବାକୁ ଚାହୁଁଥିଲେ, ତା’କୁ ନେଇ ସାରା ଦେଶରେ ଏବେ ଚାଲିଛି ଚର୍ଚ୍ଚା।

ହେଲେ ଏବେ ଯେଉଁ ନିରାଟ ସତ କଥା ଟି ସାମ୍ନାକୁ ଆସିଛି ତାହା ହେଲା ଶନିବାର ରାତିରେ ମୋଦି ଯେଉଁ ସ୍ଥାନରେ ଧ୍ୟାନ କରୁଥିଲେ ତାହା ପ୍ରକୃତରେ ଏକ ପ୍ରାକୃତିକ ଗୁମ୍ଫା ନୁହେଁ। ତାହା ଏକ ସୁବ୍ୟବସ୍ଥିତ ଓ ଆରାମଦାୟକ ଆଧୁନିକ ଗୁମ୍ଫା ବୋଲି କୁହାଯାଇ ପାରେ। କାରଣ ମାସ ମାସ ଲାଗି ଖାସ୍ ମୋଦିଙ୍କ ପାଇଁ ଏହି ଗୁମ୍ଫାଟିକୁ ପ୍ରସ୍ତୁତ କରାଯାଇଛି। ସେଠାରେ ବିଳାସମୟ ସମୟ ବିତାଇବା ପାଇଁ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯାଇଛି।

ଏଭଳିକି ସ୍ନାନ ଓ ଶୌଚ ପାଇଁ ସେଠାରେ ଶଙ୍ଖ ମଲମଲ, ସୁଗନ୍ଧିତ ଶୌଚାଳୟ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ସହ ସେଠାରେ ସିସିଟିଭି କ୍ୟମେରା ମଧ୍ୟ ଖଞ୍ଜା ଯାଇଛି। ମୋଦି ଧ୍ୟାନ କରୁଥିବା ବେଳେ ବାହାରେ ସଶସ୍ତ୍ର ସୁରକ୍ଷା ବଳ ପହରା ଦେଇଥିଲେ।

ନେହରୁ ଇନ୍‌ଷ୍ଟିଚ୍ଯୁଟ ଅଫ୍ ମାଉଣ୍ଟେନିୟରିଂ(NIM)ର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଏହି ତଥ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଖାସ୍ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉକ୍ତ ସ୍ଥାନଟିକୁ ଗୁମ୍ଫାର ଆକାର ଦିଆଯାଇଛି। ପଥରକୁ କାଟି ଉକ୍ତ ଗୁମ୍ଫାର ନିର୍ମାଣ ପାଇଁ ମାସ ମାସ ସମୟ ଲାଗିଛି। ପ୍ରକୃତ ଗୁମ୍ଫାଟି ପ୍ରଧାନମନ୍ତ୍ରୀ ଧ୍ୟାନ କରୁଥିବା ସ୍ଥାନଠାରୁ ଆହୁରି ଢେର ଦୂରରେ ରହିଛି।

ସ୍ଥାନୀୟ ଅଞ୍ଚଳର ଆଉ ଜଣେ ସରକାରୀ ଅଧିକାରୀ କହିଛନ୍ତି, ସେହି ଗୁମ୍ଫାରେ ଗୋଟିଏ ପଲଙ୍କ ସହିତ ଏକ ସୁନ୍ଦର ରୁମ ରହିଛି। ଧ୍ୟାନ ଯୋଗ ପାଇଁ ଏକ ଚଟାଣ ରହିଛି। ମୋଦି ଧ୍ୟାନସ୍ଥଳକୁ ଯିବା, ଧ୍ୟାନ କରିବା, କେଦାରନାଥଙ୍କ ପୂଜାର୍ଚ୍ଚନା କରୁଥିବାର ଫଟୋ କାଲିଠାରୁ ଆଜି ଭିତରେ ସୋଶାଲ ମିଡିଆରେ ଘୁରି ବୁଲୁଛି।



from Odisha Reporter http://bit.ly/2Qgy0bi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages