ପାକିସ୍ତାନୀ ପତାକା ସହ ଫଟୋ ଉଠାଇ ଚର୍ଚ୍ଚାରେ ରାକ୍ଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ପାକିସ୍ତାନୀ ପତାକା ସହ ଫଟୋ ଉଠାଇ ଚର୍ଚ୍ଚାରେ ରାକ୍ଷୀ

ମୁମ୍ବାଇ: ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ନିଜ ବୋଲ୍ଡନେସ୍ ଏବଂ କଣ୍ଟ୍ରୋଭର୍ସିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ ରାକ୍ଷୀ ଦୀପକ କଲାଲ୍‌ଙ୍କ ସହ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣିଥରେ ତାଙ୍କୁ ଆଉ ଏକ ବିବାଦରେ ଦେଖିବାକୁ ମିଳିଛି।

ରାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ ତଥା ସୋଶାଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ସବୁବଳେ ସେ କିଛି ନା କିଛି ପୋଷ୍ଟ୍‌ କରୁଥାନ୍ତି। କିନ୍ତୁ ଏବେ ସେ ଏମିତି କିଛି ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସେ ଚର୍ଚ୍ଚାରେ । ସୋଶାଲ୍‌ ମିଡିଆ ୟୁଜରମାନେ ମଧ୍ୟ ତାଙ୍କ ଉପରେ ଖୁବ୍‌ ରାଗିଯାଇଛନ୍ତି।

ଆପଣ ଦେଖି ପାରୁଥିବେ ଉପରୋକ୍ତ ଫଟୋରେ ରାକ୍ଷୀଙ୍କୁ ଏକ ପାକିସ୍ତାନୀ ପତାକା ସହ ଦେଖିବାକୁ ମିଳିଛି। ସୋଶାଲ୍ ମିଡିଆରେ ସକ୍ରିୟ ରହୁଥିବା ରାକ୍ଷୀ ପାକିସ୍ତାନର ଜାତୀୟ ପତାକାକୁ ଓଢଣୀ ଭଳି ପକାଇ ପୋଜ୍ ଦେଇ ଏକ ଫଟୋ ଶେଆର୍ କରିଛନ୍ତି। ଏହି ଫଟୋକୁ ନେଇ ତାଙ୍କୁ ୟୁଜର୍ସ ଖୁବ୍ ଟ୍ରଲ୍ କରିଛନ୍ତି।

ତେବେ ଏହି ଫଟୋ ଶେଆର୍ କରି ସେ ଭାରତକୁ ଭଲ ପାଉଥିବା କଥା ମଧ୍ୟ କହିଛନ୍ତି। ଆପଣ ଜାଣିଛନ୍ତି କି ରାକ୍ଷୀ ଏମିତି ଫଟୋ କାହିଁକି ଶେଆର କରିଛନ୍ତି?

ଏମିତି ଫଟୋ ରାକ୍ଷୀଙ୍କର ଆଗାମୀ ଫିଲ୍ମର। ସେ ନିଜ ଆଗାମୀ ଫିଲ୍ମ ‘ଧାରା-୩୭୦’ର ଶୁଟିଂକୁ ନେଇ ଏବେ ବ୍ୟସ୍ତ ଅଛନ୍ତି। ଏଭଳି ସ୍ଥିତିରେ ସେ ସେଟ୍‌ରୁ ଏଭଳି ଫଟୋ ପୋଷ୍ଟ୍ କରି ଲେଖିଛନ୍ତି, ‘‘ଆଇ ଲଭ୍ ମାଇ ଇଣ୍ଡିଆ, ଏହି ଫଟୋ ମୋ ଫିଲ୍ମ ‘ଧାରା-୩୭୦’ ସୁଟ୍ କରିବା ସମୟରେ ମୋ ଚରିତ୍ରର ଫଟୋ।’’
ତେବେ ଏହି ଫଟୋରେ ରାକ୍ଷୀ ସୁନେଲି ଏବଂ ଲାଲ୍ ରଙ୍ଗର ବେଲି ଡ୍ୟାନ୍ସ କଷ୍ଟ୍ୟୁମ୍ ପିନ୍ଧିଥିବା ଦେଖିବାକୁ ମିଳିଛି।



from Odisha Reporter http://bit.ly/2LHpJ1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages