
ଚେନ୍ନାଇ: ମହେନ୍ଦ୍ର ସିଂହ ଧୋନି ୱିକେଟ୍ ପଛରେ ବହୁତ ସ୍ପୂର୍ତ୍ତି ଥାନ୍ତି। ଧୋନି କିପିଙ୍ଗ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନ୍ ରିସ୍କ ନେବାକୁ ଚାହାନ୍ତି ନାହିଁ। ବ୍ୟାଟ୍ସମ୍ୟାନଙ୍କ ସାମାନ୍ୟ ଭୁଲର ଫାଇଦା ଉଠାଇବାରେ ଧୋନି ମାହିର୍। ତେବେ ଷ୍ଟମ୍ପ ପଛରେ ଧୋନିଙ୍କ ସ୍ଫୂର୍ତ୍ତିର ରହସ୍ୟ। କ’ଣ ପାଇଁ ଧୋନି ଏତେ ଫାଷ୍ଟ ଷ୍ଟମ୍ପିଂ କରୁଛନ୍ତି। ନିଜେ ଧୋନି ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି। ଧୋନିଙ୍କ କହିବା ଅନୁଯାୟୀ, ସେ ଏହି କୌଶଳ ଟେନିସ୍ ବଲରୁ ହିଁ ଶିଖିଛନ୍ତି।
ଧୋନି କହିଛନ୍ତି, ‘ଟେନିସ୍ ବଲରେ କ୍ରିକେଟ୍ ଖେଳିବା ମୋ ପାଇଁ ସହାୟକ ହୋଇଛି। କିନ୍ତୁ ଜଣଙ୍କୁ ଏହାର ବେସିକ୍ସ ଉପରେ ଜ୍ଞାନ ଥିବା ଦରକାର ଏବଂ ଜଣଙ୍କୁ ସେହି ସ୍ତରରେ ପହଞ୍ଚିବାର ମଧ୍ୟ ଆବଶ୍ୟକତା ରହିଛି। ଯଦି ଆପଣ ବିନା ବେସିକ୍ସରେ କିଛି କରିବେ, ତାହେଲେ ଭୁଲ ହୋଇପାରେ। ତେଣୁ ମୋ ମତରେ ବେସିକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧୋନି କହିଛନ୍ତି।
ସୂଚନାଯୋଗ୍ୟ, ଅଧିନାୟକ ଧୋନି ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଅଛନ୍ତି ଏବଂ ଜ୍ୱର ଓ ପିଠିଜନିତ ଯନ୍ତ୍ରଣା ଯୋଗୁ ଦୁଇ ମ୍ୟାଚରେ ବାହାରେ ବସିବା ପରେ ସେ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ୨୨ ବଲରେ ୪୪ ରନର ଇନିଂସ୍ ଖେଳି ଚେନ୍ନାଇ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ।
from Odisha Reporter http://bit.ly/2IUTpFQ
No comments:
Post a Comment