ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି ସୋନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି ସୋନିଆ

ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ରେ ଭୋଟ ଗଣତି ହେବାକୁ ଥିବା ବେଳେ ସେହି ଦିନ ସମସ୍ତ ଅଣ ବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜାତୀୟ ସ୍ତରରେ ହେଉଥିବା କସରତର ନେତୃତ୍ୱ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ନେଇଛନ୍ତି। ନିର୍ବାଚନ ପ୍ରଚାର ଠାରୁ ଦୂରେଇ ରହିଥିବା ସୋନିଆ କିନ୍ତୁ ବିଜେପି ବିରୋଧରେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି।

ଆସନ୍ତା ୨୩ ତାରିଖରେ ପ୍ରସ୍ତାବିତ ବୈଠକ ପାଇଁ ସୋନିଆ ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। କଂଗ୍ରେସ ଚଳିତ ସାଧାରଣ ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରୁ ତଥ୍ୟ ସାମ୍ନାକୁ ଆସିଛି। ଏପରି ସ୍ଥିତିରେ କଂଗ୍ରେସ ଅନ୍ୟ ଦଳଗୁଡ଼ିକ ସହ ମିଶି କେନ୍ଦ୍ରରେ କ୍ଷମତା ଦଖଲ କରିବାକୁ ଚାହୁଁଛି।

ଏଥିପାଇଁ ସୋନିଆ ଗାନ୍ଧି ଆସନ୍ତା ୨୩ ତାରିଖ ଦିନ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ବ୍ୟକ୍ତିଗତ ଭାବେ ଚିଠି ;ଲେଖି ଓ ଫୋନ କରି ନିମନ୍ତ୍ରଣ କରୁଛନ୍ତି। ଏହି ବୈଠକ ପାଇଁ ସୋନିଆ ଆଜି ଜେଡିଏସ୍‌, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ବିଏସ୍‌ପି ମୁଖ୍ୟ ମାୟାବତୀ ଓ ସପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।

ଆସନ୍ତା ୨୩ ତାରିଖରେ ହେବାକୁ ଥିବା ବୈଠକରେ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗଦେବେ। ଏମାନଙ୍କ ବ୍ୟତୀତ ସୋନିଆ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇଏସ୍‌ଆର କଂଗ୍ରେସ ଜଗନମୋହନ ରେଡ୍ଡୀଙ୍କ ସହ ମଧ୍ୟ ବୈଠକ ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂତ୍ର ଅନୁସାରେ, କଂଗ୍ରେସ ଗୋଆ ଭଳି ଭୁଲ କରିବାକୁ ଚାହୁଁନାହିଁ। ଗୋଆରେ କଂଗ୍ରେସ ସର୍ବବୃହତ ଦଳ ହୋଇଥିଲେ ହେଁ ସରକାର ଗଠନ ପାଇଁ ଦାବି କରିବାରେ ବିଳମ୍ବ କରିଥିଲା। ଏହାର ସୁଯୋଗ ନେଇ ବିଜେପି ଛୋଟଛୋଟ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିଥିଲା। ତେଣୁ ମେ’ ୨୩ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ତୁରନ୍ତ ସରକାର ଗଠନ ପାଇଁ ଦାବି କରିବାକୁ ଚାହୁଁଛି। ଏଥିପାଇଁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ କଂଗ୍ରେସ ଉଦ୍ୟମ କରୁଥିବା କହୁଛନ୍ତି।



from Odisha Reporter http://bit.ly/30kPFmB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages