ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବ ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଥିବା ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଓ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ବିଜେପି ଓ ଶାସକ ଟିଏମସି ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରୋଡ୍‌ ଶୋ’ରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ବେଳେ ଏହି ପ୍ରତିମୂର୍ତ୍ତିଟି ଭାଙ୍ଗି ଯାଇଥିଲା।

ତେଣୁ ବିଜେପି ଓ ଟିଏମସି ଏଥିପାଇଁ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି, ବିଜେପି ମହାନ ଜନନାୟକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଏକ ଅଷ୍ଟଧାତୁ ପ୍ରତିମୂର୍ତ୍ତି ନିର୍ମାଣ କରିବ। ଯେଉଁ ସ୍ଥାନରେ ପୂର୍ବରୁ ପ୍ରତିମୂର୍ତ୍ତି ରହିଥିଲା, ସେହି ସ୍ଥାନରେ ହିଁ ଏହାକୁ ନିର୍ମାଣ କରାଯିବ।

ଉତ୍ତର ପ୍ରଦେଶର ମାଉ ଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “ଆମେ ପୁଣିଥରେ ଟିଏମସି କର୍ମୀଙ୍କ ଗୁଣ୍ଡାଗିରି ଭାଇ ଅମିତ ଶାହଙ୍କ କୋଲକାତା ରୋଡ୍‌ ଶୋ’ ବେଳେ ଦେଖିବାକୁ ପାଇଲୁ। ସେମାନେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି। ସେଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆମେ ବିଦ୍ୟାସାଗରଙ୍କ ଭିଜନ୍‌ରେ ଅନୁପ୍ରାଣିତ ଏବଂ ସେହି ସ୍ଥାନରେ ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବୁ।”

ତେବେ ମୋଦିଙ୍କ ଏଭଳି ବୟାନକୁ ଟିଏମସି ସାଂସଦ ଡେରେକ ଓବ୍ରାଏନ୍‌ ମିଛ ପ୍ରତିଶ୍ରୁତି ବୋଲି କହିଛନ୍ତି।



from Odisha Reporter http://bit.ly/2w0JLJF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages