
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟା ବେଳେ ରାଜ୍ୟର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ। ଏହା କହିଛନ୍ତି ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ।
‘ଓଟିଭି’ର ‘ଖୋଲାକଥା’ କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗମାଙ୍ଗୋ କହିଛନ୍ତି-“୧୯୯୯ ମହାବାତ୍ୟା ବେଳେ ସୂଚନା ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନଥିଲା। ତେବେ ଏହାର ୨୦ ବର୍ଷ ପରେ ମଧ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର କଟକ-ଭୁବନେଶ୍ୱର ଲୋକଙ୍କୁ ଠିକ୍ରେ ସୂଚନା ଦେଇ ପାରି ନାହାନ୍ତି। ସେହିଭଳି ବାତ୍ୟା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦୌ ବାହାବା ଦେଇ ନାହାନ୍ତି।”
from Odisha Reporter http://bit.ly/2Wbip1Q
No comments:
Post a Comment