‘ମାସୁଦ୍‌କୁ ତାଲିକାଭୁକ୍ତ କରିବା ପାଇଁ ବାୟୋଡାଟା ଦରକାର ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

‘ମାସୁଦ୍‌କୁ ତାଲିକାଭୁକ୍ତ କରିବା ପାଇଁ ବାୟୋଡାଟା ଦରକାର ନାହିଁ’

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ତାଲିକାଭୁକ୍ତ କରିବା ସମୟରେ ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ବାବଦରେ ନକୁହାଯିବାକୁ ନେଇ ମୁହଁ ଖୋଲିଛି କେନ୍ଦ୍ର। କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ମାସୁଦ୍‌କୁ ତାଲିକାଭୁକ୍ତ କରିବା ପାଇଁ ତା’ର ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପର ବାୟୋଡାଟା ଦେବାର ଆବଶ୍ୟକତା ନାହିଁ। ଏହି ଅବସରରେ କୁହାଯାଇଛି ଭାରତ ସରକାରଙ୍କ ଦାବିର ଲକ୍ଷ୍ୟ ଥିଲା ମାସୁଦ୍‌କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ମାନ୍ୟତା ନିଶ୍ଚିତ କରିବା।

ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଏହି ଆଖ୍ୟା କୌଣସି ନିର୍ଦ୍ଦିଷ୍ଟ ଘଟଣା ଭିତ୍ତିକ ନୁହେଁ ବରଂ ସେହି ସମସ୍ତ ପ୍ରମାଣ ଉପରେ ଆଧାରିତ ଯାହାକି ଆମେ ମାସୁଦ୍‌ ବିରୋଧରେ କଟକଣା କମିଟିର ସଦସ୍ୟମାନଙ୍କୁ ଦେଇଥିଲୁ। ପୁଲୱାମା ଆକ୍ରମଣ ନିଶ୍ଚିତ ଭାବରେ ଏଥିରେ ଏକ ବଡ଼ ଭୂମିକା ନେଇଥିବା ସେ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସନ୍ଧ୍ୟାରେ ଭାରତର ବଡ଼ କୂଟନୀତିକ ବିଜୟ ସ୍ୱରୂପ ମାସୁଦ୍‌ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦର କଟକଣା କମିଟି ‘ବିଶ୍ୱସ୍ତରୀୟ’ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ପୂର୍ବରୁ ୪ ଥର ଭିଟୋ ଲଗାଇ ଏଥିରେ ରୋକ୍‌ ଲଗାଇଥିବା ଚାଇନା ୟୁଟର୍ଣ୍ଣ ନେବାରୁ ଏହା ସଫଳ ହୋଇପାରିଥିଲା। ଆମେରିକା ନେତୃତ୍ୱରେ ବିଶ୍ୱସ୍ତରରେ ପଡ଼ିଥିବା ଚାପରେ ଚାଇନା ଶେଷରେ ନରମିଥିଲା।

ଅନ୍ୟପକ୍ଷରେ ଚାଇନାକୁ ପ୍ରତିବଦଳରେ କ’ଣ ଦିଆଗଲା ବୋଲି ପ୍ରଶ୍ନରେ କୁମାର କହିଥିଲେ, ଆମେ ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ ମୂଲଚାଲ କରୁନା। ଚାଇନା ପୂର୍ବରୁ ମଧ୍ୟ କହିସାରିଛି ଯେ, ଏହି ପ୍ରସ୍ତାବରେ ଲଗାଇଥିବା ରୋକ୍‌ ସେମାନେ କାହିଁକି ଉଠାଇନେଇଥିଲେ।



from Odisha Reporter http://bit.ly/2JbM6t0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages