ଫୋନି ଉଜାଡ଼ି ଦେଲା ବେଉଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଫୋନି ଉଜାଡ଼ି ଦେଲା ବେଉଷା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର)ଫୋନି ଉଜାଡି ଦେଲା ବେଉଷା। ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ। କ୍ଷତ ଏତେ ଗଭୀର ଯେ, କେବେ ଶୁଖିବ ତା’ର ହିସାବ କରିବା ମୁସ୍କିଲ। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଅର୍ଥକାରୀ ଫସଲ ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଫୋନି। ପାନରୁ ଧାନ, କଦଳୀରୁ ନଡ଼ଇା ସବୁକୁ ମାଟିରେ ମିଶାଇ ଦେଇଛି ବାତ୍ୟା। ଫୋନିର ଭୟଙ୍କର ଚୋଟରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇ ହୋଇଛି ପାନ।  ଉପକୂଳ ଓଡ଼ିଶା କୃଷି ଅର୍ଥନୀତିର ପ୍ରମୁଖ ଅର୍ଥକରୀ ଫସଲ ଉପରେ ବାତ୍ୟା ଫୋନି ଏଭଳି ଶକ୍ତ ପ୍ରହାର କରିଛି, ସତେ ଯେମିତି ଆଉ ଅଣ୍ଟା ସଳିଖିବା ଅବସ୍ଥାରେ ହିଁ ନାହିଁ।

ଲକ୍ଷ ଲକ୍ଷ ସଂଖ୍ୟାରେ ପାନ ବରଜକୁ ମାଟିରେ ମିଶାଇ ହଜାର ହଜାର ଚାଷୀଙ୍କୁ ପୁରା ଘାଇଲା କରିଛି ଫୋନି। ଖାଲି ପାନ ନୁହେଁ, ଫୋନିର ଆଁରେ ଖରା ଦିନିଆ ଧାନ, ନଡ଼ିଆଅ ଓ କଦଳୀ ଭଳି ଅନ୍ୟ ଅର୍ଥକରୀ ଫସଲ ବି ନଷ୍ଟ ହୋଇଛି। ଖରା ଦିନେ ପାଣି କିଣି, ଲହୁ ଲୁହ ଏକାଠି କରି ଜମିରେ ସୁନା ଫଳାଇଥିଲା ଚାଷୀ ।

ହେଲେ ଠିକ୍ ଅମଳ ପୂର୍ବରୁ ତାକୁ ସମୂଳେ ଚାଟି ଦେଇଛି ବାତ୍ୟା । କଦଳୀ ଓ ନଡ଼ିଆ ଫସଲ କଥା ନ କହିଲେ ଭଲ । ଫୋନିକୁ ସାମ୍ନା  କରି ନପାରି ନତମସ୍ତକ ହୋଇଛନ୍ତି ଲକ୍ଷ ଲକ୍ଷ ଫଳନ୍ତି କଦଳୀ ଓ ନଡ଼ିଆ। ଏ ଦୁଇ ଫସଲ ପୁରୀ ଜିଲ୍ଲାରେ ଅନେକଙ୍କ ଉପାର୍ଜନର ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ବାତ୍ୟା ଘଟାଇଥିବା ଅପୂରଣୀୟ କ୍ଷତିକୁ ନେଇ ଚାଷୀ ପୁରା ନିର୍ବାକ୍ ହୋଇଯାଇଛି।



from Odisha Reporter http://bit.ly/2JgEhCh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages