ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ବ୍ଲାକମେଲିଂ କରୁଥିଲା କିଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ବ୍ଲାକମେଲିଂ କରୁଥିଲା କିଏ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ବ୍ଲାକ୍‌ମେଲିଂ କରାଯାଉଥିଲା। ସେଭଳି ଜଣେ ପ୍ରତିଷ୍ଠିତ କ୍ରୀଡାବିତଙ୍କୁ କିଏ ଓ କାହିଁକି ବ୍ଲାକମେଲିଂ କରୁଥିଲେ? ଆଜି ନିଜେ ଦୂତି ଏହା ଉପରୁ ପର୍ଦ୍ଦା ଉଠାଇଛନ୍ତି। ଏପରିକି ସମଲିଙ୍ଗୀ ସମ୍ପର୍କ ଖୁଲାସା ପରେ ପରିବାର ଲୋକଙ୍କ ବିରୋଧ ପ୍ରସଙ୍ଗରେ ଦୂତି ନିଜ ପକ୍ଷ ରଖିବା ସହ ମାଆ ଓ ଭଉଣୀଙ୍କୁ ଦୋଷ ଦେଇଛନ୍ତି।

ସେ କହିଛନ୍ତି-“ଘର ଚଳିବା ପାଇଁ ପଇସା ନଦେଲେ ମୋ ବଡ଼ ଭଉଣୀ ମୋତେ ସବୁ ବେଳେ ବ୍ଲାକମେଲିଂ କରୁଥିଲେ। ମୋତେ ବଦନାମ କରିବାକୁ ସବୁବେଳେ ଧମକ ଦେଉଥିଲେ। ମୁଁ ଜଣେ ଝିଅ ସହିତ ସମ୍ପର୍କ ରଖିଛି, ଏକଥା ବାହାରେ ପ୍ରକାଶ କରି ମୋତେ ବଦନାମ କରିବାକୁ ଧମକ ଦେଉଥିଲେ। ତୋତେ କେହି ଭଲ ପାଇବେ ନାହିଁ ବୋଲି ମଧ୍ୟ ଧମକ ଦେଉଥିଲେ। ଯାହାଫଳରେ ମୁଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲି। ଯେତେବେଳେ ବ୍ଲାକମେଲିଂର ସୀମା ପାର ହୋଇଗଲା, ମୁଁ ବାଧ୍ୟ ହୋଇ ଗଣମାଧ୍ୟମରେ ନିଜର ସମ୍ପର୍କ ଵିଷୟରେ ଜଣାଇଥିଲି। କିନ୍ତୁ ମୋ ପାର୍ଟନରଙ୍କ ସମ୍ପର୍କରେ ମୁଁ ପୂରା ତଥ୍ୟ ଗୁପ୍ତ ରଖିଥିଲି। ମାତ୍ର କେତେକ ଗଣମାଧ୍ୟମ ମୁଁ ଭଲ ପାଉଥିବା ପାର୍ଟନରର ଫଟୋ ଓ ଘର ସମ୍ପର୍କରେ ଖୁଲମ୍‌ଖୁଲା ଲେଖିଛନ୍ତି। ଯେଉଁଥିପାଇଁ ସେହି ଝିଅର ପରିବାର ବଦନାମ ହେଉଛନ୍ତି। ଏପରି କରିବା ପାଇଁ ସେହି ଗଣମାଧ୍ୟମକୁ କିଏ ଅଧିକାର ଦେଲା? ମୋତେ ବଦନାମ କରିଥିବା ଲୋକଙ୍କ ବିରୋଧରେ ମୁଁ ଆଇନର ଆଶ୍ରୟ ନେବି। ସେ ମୋ ରକ୍ତ ସମ୍ପର୍କୀୟ ହୁଅନ୍ତୁ ବା ଅନ୍ୟକେହି। କାହାରିକୁ ଛାଡ଼ିବି ନାହିଁ।”

ଦୂତି ଆହୁରି କହିଛନ୍ତି,“ମୋ ନାଁ’ରେ କେବଳ ମୋ ମାଆ ଓ ବଡ଼ ଭଉଣୀ କାହିଁକି ଅଭିଯୋଗ କରୁଛନ୍ତି? ମୋ ବାପା ଓ ମୋ ୪ ଭଉଣୀ କଣ ପାଇଁ ଅଭିଯୋଗ କଲେ ନାହିଁ?”



from Odisha Reporter http://bit.ly/2WfHyJ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages