
ରାୟପୁର: ଛତିଶଗଡର ଏକ ଘଟଣାକୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା ଚାଲିଛି। ଏହି ରାଜ୍ୟର ଜସପୁର ପଞ୍ଚାୟତ ଅଧୀନ ବାଘଡୋଲର ଗାଁରେ ହୋଇଥିବା ଏକ ବିବାହକୁ ନେଇ ସବୁଠି ଟାହିଟାପରା ଚାଲିଛି। ଜଣେ ସିଆର୍ପିଏଫ୍ ଯବାନ ଗୋଟିଏ ବିବାହ ମଣ୍ଡପରେ ଦୁଇ ଜଣଙ୍କୁ ବିବାହ କରିବା ଘଟଣା ଆଖପାଖ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ପତ୍ନୀଙ୍କ ସହ ନିଜ ପ୍ରେମିକାଙ୍କୁ ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି ଏହି ଯବାନଜଣକ।
ଉକ୍ତ ସିଆରପିଏଫ ଯବାନଙ୍କ ନାଁ ଅନିଲ୍ ପାଇକରା। ଜସପୁରରେ ରହୁଥିବା ଅନିଲ୍ ବାରାଣାସିରେ କାମ କରନ୍ତି। ୪ବର୍ଷ ପୂର୍ବରୁ ତାଙ୍କ ବିବାହ ପାଖ ଗାଁର ଏକ ଝିଅ ସହ ହୋଇଥିଲା। ଏହାପରେ ଅନିଲ୍ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ କରିବସିଲେ। କିଛି ଦିନ ପରେ ସେମାନେ ବିବାହ କରିବାର ନିଷ୍ପତ୍ତି ନେଲେ। ଅନୀଲଙ୍କ ପୂର୍ବ ସ୍ତ୍ରୀଙ୍କର କୌଣସି ସନ୍ତାନ ନହେଉଥିବାରୁ ସେ ଦ୍ୱିତୀୟ ବିବାହ କରିବାକୁ ଅନିଲ୍ଙ୍କୁ ଅନୁମତି ଦେଇଥିଲେ। ବିବାହ ଦିନ ମଣ୍ଡପରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବସିବାର ନିୟମ ହିନ୍ଦୁ ଶାସ୍ତ୍ରରେ ରହିଛି। ହେଲେ ଅନିଲ ଦ୍ୱିତୀୟ ପତ୍ନୀଙ୍କ ସହ ପ୍ରଥମ ପତ୍ନୀଙ୍କୁ ମଧ୍ୟ ଧରି ବେଦୀ ଉପରେ ବସିଥିଲେ। ଯାହାକି ଥିଲା ବେଶ୍ ରୋମାଞ୍ଚକ।
ଅନିଲ୍ ଜଣେ ସରକାରୀ କର୍ମଚାରୀ। ପ୍ରଥମ ପତ୍ନୀ ଥାଉ ଥାଇ ଆଉ କାହାକୁ ବିବାହ କରିବା ଆଇନ୍ଗତ ଆପରାଧ ବୋଲି ଗଣାଯାଏ। ଏକଥା ଜାଣି ମଧ୍ୟ ସେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
from Odisha Reporter http://bit.ly/2wcXo8t
No comments:
Post a Comment