ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନି ଟ୍ରାପ୍‌’ର ଶିକାର ଯବାନ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ସୁନ୍ଦରୀ ପାକିସ୍ତାନୀ ମହିଳାଙ୍କ ‘ହନି ଟ୍ରାପ୍‌’ର ଶିକାର ଯବାନ ଗିରଫ

ଭୋପାଲ: ସୀମାରେ ଏବଂ ଅନ୍ୟ କ୍ଷେତ୍ରରେ ଭାରତଠାରୁ ବାରମ୍ବାର ହାର ମାନିସାରିଥିବା ପାକିସ୍ତାନ ଏବେ ‘ହନି ଟ୍ରାପ୍‌’ ଚାଲ୍‌ ଆପଣାଇ ଭାରତର ଗୋପନୀୟ ତଥ୍ୟ ହାସଲ କରିବାର ପ୍ରୟାସ କରୁଛି। ଏଥିପାଇଁ ସୁନ୍ଦରୀ ଯୁବତୀ ଏବଂ ମହିଳାଙ୍କ ନାମରେ ସୋଶାଲ ମିଡିଆରେ ଫେକ୍‌ ଆଇଡି ଖୋଲାଯାଉଛି। ଏହାପରେ ସୁରକ୍ଷା ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ଫସାଇ ସେମାନଙ୍କଠାରୁ ତଥ୍ୟ ହାସଲ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶରେ ଗିରଫ ହୋଇଥିବା ଜଣେ ଯବାନ ଏହି ଉପାୟରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଦେଇଛନ୍ତି।

ମଧ୍ୟପ୍ରଦେଶ ଏଟିଏସ୍‌ ଏବଂ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ମିଳିତ ଅପରେସନ୍‌ରେ ତାଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନକୁ ହ୍ୱାଟ୍ସଆପ୍‌ ଯୋଗେ ଏପରି ତଥ୍ୟ ସବୁ ପଠାଉଥିବା ଜଣାପଡ଼ିଛି। ମିଲିଟାରୀ ଗୁଇନ୍ଦା ବିଭାଗ ତାଙ୍କ ଉପରେ ୨୦୧୮ ମସିହା ଡିସେମ୍ବର ମାସରୁ ନଜର ରଖିଥିଲେ।

ଅଭିଯୁକ୍ତଙ୍କୁ ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ୧୦ ଦିନର ପୁଲିସ୍‌ ରିମାଣ୍ଡରେ ପଠାଇଛି। ସେ ପାକିସ୍ତାନୀ ସଂସ୍ଥାଙ୍କ ସହ କେତେ ଜଡ଼ିତ, କେତେ ସୂଚନା ଦେଇଛନ୍ତି, କ’ଣ ଫାଇଦା ମିଳିଛି ଏବଂ ଆଉ କିଏ ଏଥିରେ ସାମିଲ ଅଛି ଆଦି ବିଷୟରେ ବର୍ତ୍ତମାନ ସେନା ତାଙ୍କୁ ଜେରା କରିବା ଆରମ୍ଭ କରିଛି। ତାଙ୍କ ଉପରେ ମିଲିଟାରୀ ଗୁଇନ୍ଦା ବିଭାଗର ଲକ୍ଷ୍ନୌ ୟୁନିଟ୍‌ ୬ ମାସ ଧରି ନଜର ରଖିଥିଲା। କିନ୍ତୁ ଗିରଫ କରିବା ପୂର୍ବରୁ ପ୍ରମାଣ ହାତେଇବା ପାଇଁ କିଛି ଦିନ ଧରି ତାଙ୍କର କାର୍ଯ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖାଯାଇଥିଲା। ବିହାର ପୁଲିସ୍ ମଧ୍ୟ ଏଥିରେ ସହାୟକ ହୋଇଥିଲା। ଏହି ଅପରେସନ୍‌ ଏତେ ଗୋପନୀୟ ଢଙ୍ଗରେ ହୋଇଥିଲା ଯେ, ତାଙ୍କ ୟୁନିଟ୍‌ର କେହି ମଧ୍ୟ ଏ ବିଷୟରେ ଜାଣିପାରିନଥିଲେ।

ଗିରଫ ଯବାନଙ୍କୁ ଜଣେ ତାଲିମପ୍ରାପ୍ତ ପାକିସ୍ତାନୀ ମହିଳା ଫସାଇ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବାକୁ ପ୍ରବର୍ତ୍ତାଇ ଆସୁଥିଲେ। ଯବାନ ଜଣକ ଫେସବୁକ୍‌ ଏବଂ ହ୍ୱାଟ୍ସଆପ୍‌ରେ ତାଙ୍କ ସହ ଚ୍ୟାଟିଂ କରିଆସୁଥିଲେ। କ୍ରମେ ଉକ୍ତ ମହିଳାଙ୍କ ହ୍ୟାଣ୍ଡଲରରୁ ଯବାନଙ୍କୁ ସେନାର କାର୍ଯ୍ୟକଳାପ, ବିଭିନ୍ନ ଠିକଣା ଏବଂ ଅଭ୍ୟାସ ବାବଦରେ ପଚରାଯାଇଥିଲା।

ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ ବିଭିନ୍ନ ସୂତ୍ରରୁ ବୁଦ୍ଧି ଖଟାଇ ସୂଚନା ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ଇଣ୍ଟରନେଟ୍‌ ଭିତ୍ତିକ ଆପ୍‌ ଜରିଆରେ ସୂଚନା ପଠାଇବା ଆରମ୍ଭ କରିଥିଲେ। ବଦଳରେ ତାଙ୍କୁ ଆର୍ଥିକ ଫାଇଦା ମଧ୍ୟ ମିଳିଥିଲା। ଉଭୟ ନମ୍ବର ଦିଆନିଆ କରିବା ପରେ ଯବାନଙ୍କୁ ଫସାଇଥିବା ଫେସବୁକ୍‌ ଆଇଡି ବନ୍ଦ ହୋଇଯାଇଥିଲା। ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କ ସାଲାରୀ ଆକାଉଣ୍ଟକୁ ଟଙ୍କା ଆସିଥିଲା। ଜଣେ ଅଧିକାରୀ କହିଛନ୍ତି, ପାକିସ୍ତାନୀ ଅର୍ଥ ଦେବା କ୍ଷେତ୍ରରେ ବେଶ କୃପଣ। ଥରକେ ୧୫ ହଜାର ଟଙ୍କାରୁ ଅଧିକ ଦିଅନ୍ତିନାହିଁ।



from Odisha Reporter http://bit.ly/2JrfNXO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages