ନୂଆ ସରକାର ଆସିଲେ ଭାରତ-ପାକିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ନୂଆ ସରକାର ଆସିଲେ ଭାରତ-ପାକିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ନିଷ୍ପତ୍ତି

AIR INDIA

ଲାହୋର: ମେ ୩୦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ରହିଥିବା ଦ୍ୱିପାକ୍ଷିକ ବିମାନ ସେବା ଉପରେ ନିଷ୍ପତ୍ତି ନିଆଯିବ। ସେ ଯାଏ କୌଣସି ଭାରତୀୟ ବିମାନ ପାକିସ୍ତାନକୁ ଉଡ଼ାଣ ଭରି ପାରିବ ନାହିଁ। ଗତକାଲି ଭାରତ ପାକିସ୍ତାନ ମଧ୍ୟରେ ଉଡ଼ାଣ ସେବା ନେଇ ପାକିସ୍ତାନ ସରକାର ବୈଠକ କରିଥିଲେ। ଭାରତରେ ଲୋକସଭା ନିର୍ବାଚନ ଚାଲିଛି, ତେଣୁ ନୂଆ ସରକାର ଆସିଲେ ସମସ୍ତ ଆଲୋଚନା ପରେ ଉଡ଼ାଣ ସେବା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଥାଉ କି ଗତ ଫେବୃଆରୀ ୨୬ରେ ବାଲାକୋଟ୍‌ଠାରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍‌ ପରେ ଦ୍ୱିପାକ୍ଷିକ ବିମାନ ସେବାକୁ ସମ୍ପୂର୍ଣ୍ଣ ବାଧା ପହଞ୍ଚାଇଥିଲା। ପାକିସ୍ତାନ ବାୟୁସୀମା ମଧ୍ୟରେ ଭାରତୀୟ ବିମାନର ଉଡ଼ାଣକୁ ବ୍ୟାନ୍‌ କରାଯାଇଥିଲା। ଫେବୃଆରୀ ୨୭ ପରଠାରୁ ପାକିସ୍ତାନରେ ବିମାନ ଉଡ଼ାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ନୂଆଦିଲ୍ଲୀ, ବ୍ୟାଙ୍କକ୍‌ ଏବଂ କୁଆଲା ଲାମ୍ପୁରରୁ କୌଣସି ବିମାନ ପାକିସ୍ତାନ ଯାଉନାହିଁ।

ତେବେ ଦୁଇ ଦେଶ ମଧ୍ୟରେ ବିମାନ ଉଡ଼ାଣ ସମ୍ଭାବନା ନେଇ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଘନିଷ୍ଠ ତଥା ମନ୍ତ୍ରୀ ଫୱାଦ୍‌ ଚୌଧୁରୀ ଗତକାଲି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ସମାନ କଥା କହିଥିଲେ। ଭାରତରେ ନିର୍ବାଚନ ନ ସରିବା ଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିର ସମ୍ଭାବନା ନାହିଁ। ନୂଆ ସରକାର ଗଠନ ହେବାପରେ ଯାଇ ଯାହା କୁହାଯାଇପାରିବ। ତେଣୁ ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇସାରିଥିଲା ଯେ ଫେବୃଆରୀ ୨୬ ପରେ ବନ୍ଦ ରହିଥିବା ଦ୍ୱିପାକ୍ଷିକ ବିମାନ ଉଡ଼ାଣ ମେ ୨୩ ପରେ ବା ଜୁନ୍‌ ବେଳକୁ ହିଁ ସ୍ୱାଭାବିକ ହୋଇପାରେ।



from Odisha Reporter http://bit.ly/2E99Zhm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages