ସୁରତ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୨୩କୁ ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ସୁରତ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୨୩କୁ ବଢ଼ିଲା

ସୁରତ: ଶୁକ୍ରବାର ଏକ କୋଚିଂ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ୨୩ ଛୁଇଁଛି। ୭ ଜଣ ଛାତ୍ରଛାତ୍ରୀ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି। ୨ ଜଣ ଭେଣ୍ଟିଲେଟରରେ ଥିବାବେଳେ ୫ ଜଣ ଆଇସିୟୁରେ ଅଛନ୍ତି। ଅନ୍ୟପକ୍ଷରେ ୪ ଜଣଙ୍କର ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି।

୪ମହଲା ବିଶିଷ୍ଟ କୋଠାର ସବା ଉପର ମହଲାରେ ଥିବା ଆର୍ଟସ କୋଚିଂ ସେଣ୍ଟରର ଅଧିକାଂଶ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନେ ମୁଖ୍ୟତଃ ୧୪-୧୭ ବର୍ଷ ବୟସ ବର୍ଗର। ଏପରିକି ସେମାନଙ୍କ ମଧ୍ୟରୁ କିଛି ଦ୍ୱାଦଶ ପରୀକ୍ଷା ଦେଇ ଫଳାଫଳ ପ୍ରକାଶ ଅପେକ୍ଷାରେ ଥିଲେ।

ସରକାରୀ ସୂତ୍ରରୁ ଜଣାଯାଇଛି, ନିଆଁ ତଳ ମହଲାରୁ ଆରମ୍ଭ ହୋଇଥିଲା ଏବଂ ଉପର ମହଲା ପହଞ୍ଚିଯାଇଥିଲା। କିଛି ଛାତ୍ରଛାତ୍ରୀ ନିଜକୁ ବଞ୍ଚାବାକୁ ବାଲକୋନୀକୁ ପଳାଇଥିଲେ, ଫଳରେ ସେଠାରେ ଫସିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ପହିବା ଅନୁଯାୟୀ, ତକ୍ଷଶିଲା କୋଠାରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଥିଲେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜୀବନ ବିକଳରେ ତଳକୁ ଡେଇଁ ପଡୂଥିବାର ଦୃଶ୍ୟ କଏଦ ହୋଇଛି।



from Odisha Reporter http://bit.ly/2WnhBqN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages