
ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡ ନିକଟ ରେଲୱେ ଲାଇନ୍ରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍ରେ କଟି ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ମୃତ ଯୁବକ ଜଣଙ୍କ ବଅଁରପାଳର ଚଉରିଡ଼ିହ ଗାଁର ରାଜୁ ସାହୁଙ୍କ ପୁଅ ବିଭୂତି ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।
ବିଭୂତି କିଛି ବର୍ଷ ହେବ ତାଙ୍କ ଗାଁକୁ ଯାଉ ନଥିଲେ। ସେ କୁମଣ୍ଡରେ ତାଙ୍କ ମାମୁଙ୍କ ଘରେ ରହୁଥିଲେ। ହେଲେ ଗତକାଲି ସନ୍ଧ୍ୟାରେ ସେ ଏକ ବାଇକ୍ରେ ରେଲୱେ ଓଭରବ୍ରିଜ୍ ଉପରେ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ।
ଆଜି ସକାଳେ ଓଭରବ୍ରିଜ୍ ଠାରୁ କିଛି ଦୂରରେ ରେଳ ଧାରଣା ଉପରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତା’ସହିତ ଉକ୍ତ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମଧ୍ୟ ସେଠାରେ ପଡ଼ିଥିଲା। ବିଭୂତିଙ୍କୁ ଚିହ୍ନିପାରି ଲୋକେ ତାଙ୍କ ସମ୍ପର୍କୀୟମାନଙ୍କୁ ଖବର ଦେଇଥିଲେ। ତାଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରି ଅନୁଗୋଳ ଥାନାକୁ ଖବର ଦେଇଥିଲେ।
ଜିଆର୍ପି ଓ ଅନୁଗୋଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
from Odisha Reporter http://bit.ly/2QbhXew
No comments:
Post a Comment