ବିରୋଧୀ ଦଳ ନେତା ପଦକୁ ନେଇ ବିଜେପିରେ ଛକାପଞ୍ଝା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ବିରୋଧୀ ଦଳ ନେତା ପଦକୁ ନେଇ ବିଜେପିରେ ଛକାପଞ୍ଝା!

odisha-assembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିବା ସହ ଓଡ଼ିଶା ବିଧାନସଭା ଇତିହାସରେ ମଧ୍ୟ ପ୍ରଥମଥର ‘ବିରୋଧୀ ଦଳ ନେତା’ ପଦ ହାତେଇବାକୁ ଯାଉଛି। ଆସନ୍ତାକାଲି ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ବସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯିବାର କାର୍ଯ୍ୟକ୍ରମ ଥିବାବେଳେ ବିରୋଧୀ ଦଳ ନେତା ପଦକୁ ନେଇ ବିଜେପିରେ ଛକାପଞ୍ଝା ଆରମ୍ଭ ହୋଇଛି।

ବିଜେପି ସୂତ୍ର ଅନୁସାରେ, ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ବିଜେପିର ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ବସିବ ଓ ସେଥିରେ ବିଧାୟକ ଦଳ ନେତା ଚୟନ କରାଯିବ। ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୨୩ଟି ଆସନରେ ବିଜୟୀ ହୋଇଥିବାରୁ ବିଜେପି ନେତା ଜୟନାରାୟଣ ମିଶ୍ର, ପ୍ରଦୀପ ନାୟକ, ବିଷ୍ଣୁ ସେଠୀ ଓ ମୋହନ ମାଝୀ ଏହି ପଦ ପାଇଁ ମୁଖ୍ୟ ଦାବିଦାର ରହିଛନ୍ତି। ଉଭୟ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ଜୟନାରାୟଣ ଓ ପ୍ରଦୀପ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଥିବାବେଳେ ଉଭୟ ଦଳର ପୁରୁଣା ସଦସ୍ୟ। ତେବେ ଏହି ଦୁଇ ନେତାଙ୍କୁ ବିଜେପି ନିଜର ବିଧାୟକ ଦଳ ନେତା ଭାବେ ଚୟନ କରୁଛି ନା ଅନ୍ୟ କୌଣସି ନେତାଙ୍କୁ ଏହି ଦାୟିତ୍ୱ ତୁଲାଇବା ପାଇଁ ବାଛୁଛି, ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ୨୦୧୪ରେ ବିଜେପିର ୧୦ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ବି ବିଧାନସଭାକୁ ଫେରିନାହାନ୍ତି। ତେଣୁ ଏଥର ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ‘ବିରୋଧୀ ଦଳ ନେତା’ ପଦରେ ଜଣକୁ ଚୟନ କରିବା ବିଜେପି ପାଇଁ କାଠିକର ପାଠ ହୋଇଛି।

ସୂଚନା ଅନୁସାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ନାୟକ କଳାହାଣ୍ଡିରୁ ଦଳର ସାଂସଦ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ। କିନ୍ତୁ ତାଙ୍କୁ ଟିକେଟ୍ ନମିଳିବାରୁ ସେ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେଡି କ୍ୟାମ୍ପକୁ ଡ଼ିଆଁ ମାରିବାକୁ ଯୋଜନା କରିଥିଲେ। ମାତ୍ର ବିଜେପି ଜାତୀୟ ନେତୃତ୍ୱଙ୍କ ବୁଝାସୁଝା ପରେ ଶ୍ରୀ ନାୟକ ବିଧାନସଭାରୁ ପ୍ରାର୍ଥୀ ହେବାକୁ ସମ୍ମତି ଜଣାଇଥିଲେ। ତେଣୁ ତାଙ୍କୁ ‘ବିରୋଧୀ ଦଳ ନେତା’ ପଦରେ ଆସୀନ କରାଯିବାର ସମ୍ଭାବନା ରହିଛି। ମାତ୍ର ସେ ବିଜେଡି ସହ ଯୋଗସୂତ୍ରରେ ରହିଥିବାରୁ ତାଙ୍କୁ ଏହି ପଦବୀରେ ଆସୀନ କରିବାକୁ ରାଜ୍ୟର କିଛି ବିଜେପି ନେତା ହୁଏତ ବିରୋଧ କରିବାର ଆଶଙ୍କା ରହିଛି।

ସେହିପରି ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟଗତ କାରଣ ଓ କ୍ଷଣକୋପୀ ସ୍ୱଭାବ ତଥା ଅନେକ ଫୌଜଦାରୀ ମାମଲା ଥିବାରୁ ତାଙ୍କୁୁ ‘ବିରୋଧୀ ଦଳ ନେତା’ ପଦରେ ବସାଇବାକୁ ବିଜେପି ଚାହିଁନପାରେ। ଅଭିଜ୍ଞତା ଦୃଷ୍ଟିରୁ ଦଳର ଅନ୍ୟ ଦୁଇ ବରିଷ୍ଠ ନେତା ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କ ମଧ୍ୟରୁ କାହାରିକୁ ମୁଖ୍ୟ ବିରୋଧୀ ଦଳ ନେତା ପଦ ମିଳିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।



from Odisha Reporter http://bit.ly/2K3VI9B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages