ପଞ୍ଚାୟତ ନିର୍ବାଚନ ସଫଳତା ବିଧାନସଭାରେ ଦୋହରାଇ ପାରିଲାନି ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ପଞ୍ଚାୟତ ନିର୍ବାଚନ ସଫଳତା ବିଧାନସଭାରେ ଦୋହରାଇ ପାରିଲାନି ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ନିର୍ବାଚନରେ ବିଜେପି ୧୨୦ ପ୍ଲସ୍ ମିଶନ ରଖିଥିଲା। କିନ୍ତୁ ଜିତିଲା ମାତ୍ର ୨୩। ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବିଜେପିକୁ ମିଳିଥିବା ବିପୁଳ ସମର୍ଥନ ଏଥର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଲାନାହିଁ। ଏପରିକି ଗତ ବିଧାନସଭାର ୧୦ ବିଧାୟକଙ୍କ ଭିତରୁ କେବଳ ଦେବଗଡ଼ ଆସନକୁ ଛାଡି ଦେଲେ ବାକି ୯ଟି ସ୍ଥାନରେ ଦଳର ପ୍ରାର୍ଥୀ ପରାଜୟର ମୁହଁ ଦେଖିଲେ।

ଗତ ପଞ୍ଚାୟତ ଭୋଟରେ ବିଜେଡି ତୁଳନାରେ ବିଜେପି ୪୭ଟି ବିଧାନସଭା କ୍ଷେତ୍ରରେ ଅଧିକ ଭୋଟ ପାଇ ଏକ ନମ୍ବର ସ୍ଥାନ ଦଖଲ କରିଥିଲା। କିନ୍ତୁ ଏଥର ନିର୍ବାଚନରେ ସେଇ ସ୍ଥିତି ବଜାୟ ରଖିବାରେ ଦଳ ଫେଲ୍ ମାରିଲା। କଂଗ୍ରେସ ଓ ବିଜେଡିଠାରୁ ଅଧିକ ଭୋଟ୍ ପାଇଥିବା କଣ୍ଟାବାଞ୍ଝି, ପାଲଲହଡ଼ା, ତାଳଚେର, ଟିଟିଲାଗଡ଼, ବରଗଡ଼, ଅତାବିରା, ବଡ଼ମ୍ବା, ଢେଙ୍କାନାଳ ପରି ୧୯ ଟି ଆସନରେ ବିଜେପି ପରାଜିତ ହୋଇଛି। ଏମିତିକି ଗତଥର ୧୦ ବିଧାୟକଙ୍କ ଆସନ ଭିତରୁ କେବଳ ଦେବଗଡ଼କୁ ଛାଡ଼ି ଦେଲେ ବାକି ୯ଟିରେ ଦଳର ପ୍ରାର୍ଥୀ ପରାସ୍ତ ହୋଇଛନ୍ତି।

କିଛି ବିଧାନସଭା କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଛି। ପଞ୍ଚାୟତରେ ଭଲ ପ୍ରଦର୍ଶନ ନକରି ଦଳ ବିଧାନସଭା ସିଟ୍ ହାତେଇଛି। ଯେମିତି ପଞ୍ଚାୟତ ନିର୍ବାଚନରେ ବ୍ରହ୍ମଗିରିରେ ଦଳ ପାଇଥିଲା ମାତ୍ର ୧୩ ହଜାର ୧୮୨ ଖଣ୍ଡ ଭୋଟ୍‌। ହେଲେ ଏଥର କିନ୍ତୁ ଦଳର ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୮୮ ହଜାର ୨୫୬ ଭୋଟ୍ ପାଇ ବିଜେଡିର ହେଭିୱେଟ୍‌ ସଂଜୟ ଦାସ ବର୍ମାକୁ ହରାଇଛନ୍ତି। ସେହିପରି ପୁରୀ, କେନ୍ଦୁଝର, ପାରଳାଖେମୁଣ୍ଡିରେ ଦଳର ପ୍ରଦର୍ଶନ ପଞ୍ଚାୟତ ନିର୍ବାଚନରେ ବିଜେଡିଠାରୁ କମ୍‌ ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ପଞ୍ଚାୟତ ନିର୍ବାଚନ ତୁଳନାରେ ବିଧାନସଭା କ୍ଷେତ୍ରରେ ଦଳ ଖରାପ ପ୍ରଦର୍ଶନ କରିଥିଲେ ବି ଲୋକସଭା କ୍ଷେତ୍ରରେ ଦଳର ପ୍ରଦର୍ଶନ ଭଲ ରହିଛି। ୨୦୧୪ ତୁଳନାରେ ୪୪ ଲକ୍ଷ ଅଧିକ ଭୋଟର ଏଥର ବିଜେପିକୁ ଭୋଟ ଦେଇଛନ୍ତି। ବଡ଼କଥା ହେଉଛି, ବିଧାନସଭା ପାଇଁ ମୋଟ୍ ୭୫ ଲକ୍ଷ ଭୋଟର ପଦ୍ମକୁ ଭୋଟ ଦେଇଥିବା ବେଳେ ଲୋକସଭା ନିର୍ବାଚନରେ ଦେଇଛନ୍ତି ୯୦ ଲକ୍ଷ। ତେବେ ୧୫ ଲକ୍ଷ ଭୋଟରଙ୍କ ମତ ବିଭାଜନର କାରଣ କଣ? ଏପରିକି ଭୁବନେଶ୍ୱର ଓ ବରଗଡ଼ର ଲୋକସଭା କ୍ଷେତ୍ରରେ ଜଣେ ମଧ୍ୟ ବିଧାନସଭା ପ୍ରାର୍ଥୀ ଜିତି ପାରି ନଥିବା ବେଳେ ଏଠାକାର ଲୋକସଭା ପ୍ରାର୍ଥୀ କିନ୍ତୁ ବିଜୟୀ ହୋଇଛନ୍ତି। ତେଣୁ ପ୍ରଶ୍ନ, ମୋଦି ମ୍ୟାଜିକ କ’ଣ କେବଳ ଲୋକସଭା ପାଇଁ କାମ କରିଛି କି?



from Odisha Reporter http://bit.ly/2Wqi9ME

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages