ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ: ରାଜ୍ୟ ବାହାରକୁ ଲମ୍ୱିଛି ଚେର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ: ରାଜ୍ୟ ବାହାରକୁ ଲମ୍ୱିଛି ଚେର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓୟୁଏଟି ପ୍ରବେଶିକା ପରୀକ୍ଷା ଦେଇ ଗିରଫ ହୋଇଛନ୍ତି ନକଲି ପରୀକ୍ଷାର୍ଥୀ। ଏହାର ଚେର ରାଜ୍ୟ ବାହାରକୁ ଲମ୍ୱିଛି। ଗତକାଲି ଭୁବନେଶ୍ୱର କମିଶନରେଟ୍ ପୁଲିସ ଏହି ରାକେଟର ପର୍ଦ୍ଦାଫାଶ କରିଥିବା ବେଳେ ଘଟଣାରେ ଦୁଇ ନକଲି ପରୀକ୍ଷାର୍ଥୀଙ୍କ ସହ ୫ଜଣଙ୍କୁ ଗିରଫ କରିଛି। ଏହି ଆନ୍ତଃରାଜ୍ୟ ରାକେଟରେ ଏକାଧିକ ବ୍ୟକ୍ତିଙ୍କ ଲିଙ୍କ୍‌ ଥିବାରୁ ରାଜ୍ୟ ବାହାରକୁ ଯାଇ ତଦନ୍ତ କରାଯିବ ବୋଲି କମିଶନରେଟ ପୁଲିସ କହିଛି।

ବିହାର ରାଜ୍ୟର ଅମିତ ସିଂହ ଓ ଭୁବନେଶ୍ୱରର ରଂଜିତ ବେଉରା ଦୁହେଁ ଏକ ଘରୋଇ ଇଂଜିନିୟରିଂ କଲେଜର ମାର୍କେଟିଂ ଷ୍ଟାଫ। ଏମାନେ ଅସଲି ଓୟୁଏଟି ପରୀକ୍ଷାର୍ଥୀ ଯୁଧିଷ୍ଟିର ମଲ୍ଲିକଙ୍କ ସ୍ଥାନରେ ନକଲି ପରୀକ୍ଷାର୍ଥୀ ହେବା ପାଇଁ ୫ ଲକ୍ଷ ଟଙ୍କାର ଡିଲ କରିଥିଲେ। ଏହାପରେ ଉଭୟେ ବିହାରର ଅମୀୟ ଭୂଷଣ ଓ ଆଦର୍ଶ ଚୌଧୁରୀଙ୍କ ସହ ଯୋଗାଯୋଗ କରିଥିଲେ। ଏମାନଙ୍କୁ ତିନିଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ କରିଥିଲେ। ତେବେ ନକଲି ପରୀକ୍ଷାର୍ଥୀ ଆଦର୍ଶ ଚୌଧୁରୀ ଓୟୁଏଟି ପରୀକ୍ଷା ସେଣ୍ଟରରେ ଯାଞ୍ଚ ବେଳେ ଧରା ପଡ଼ିଛନ୍ତି।

ଆଦର୍ଶଙ୍କ କହିବାକଥା, ଘର ପରିସ୍ଥିତି ଠିକ ନଥିବାରୁ ସେ ଏପରି କରିଛନ୍ତି। ଖୋଳତାଡ଼ ପରେ ପୂରା ରାକେଟ ସାମନାକୁ ଆସିଥିଲା।

ବରଗଡ଼ ପୁଲିସ ମଧ୍ୟ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି। ତେବେ ନାବାଳକ ହୋଇଥିବାରୁ ପୁଲିସ ତା’ର ଫଟୋ ଦେଇନାହିଁ। ନକଲି ପରୀକ୍ଷାର୍ଥୀ ଆଦର୍ଶ ଚୌଧୁରୀ ଆୟୁର୍ବେଦିକ ଏନଟ୍ରାନ୍ସରେ କ୍ୱାଲିଫାଏ କରିବା ସହ ଏକାଧିକ କମ୍ପିଟିଟିଭ ପରୀକ୍ଷାରେ କ୍ୱାଲିଫାଏ କରିଛନ୍ତି। ସେହିପରି ବ୍ରୋକର ଅମିତ ଭୂଷଣ ଇଂଜିନିୟରିଂ ପାସ କରି ଦିଲ୍ଲୀରେ ଚାକିରି କରୁଛନ୍ତି। ଏହି ରାକେଟ ଓଡ଼ିଶାରୁ ବିହାର, ରାଜସ୍ଥାନ ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ ସୂଚନା ଦେଇଛି। ଏମିତିକି ଏହା ଏକ ଆନ୍ତଃରାଜ୍ୟ ରାକେଟ ସହ ଏକାଧିକ ବ୍ୟକ୍ତିଙ୍କ ଲିଙ୍କ ଥିବାରୁ ରାଜ୍ୟ ବାହାରକୁ ଯାଇ ତଦନ୍ତ କରାଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।



from Odisha Reporter http://bit.ly/2Eo50cW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages