
ୠାହୋର: ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଦୁର୍ବଳ ବୋଲିଂ ପ୍ରଦର୍ଶନ ଯୋଗୁ ପାକିସ୍ତାନ ବଡ଼ ସ୍କୋର କରିବା ସତ୍ତେ୍ୱ ୪-୦ରେ ପରାଜୟର ସାମ୍ନା କରିଛି। ଏହାକୁ ଦୃଷ୍ଟିରେ ରଖି ନିଜର ବୋଲିଂ ଆକ୍ରମଣକୁ ମଜଭୁତ୍ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପେସ୍ ବୋଲର ୱହାଜ ରିଆଜ ଏବଂ ମହମ୍ମଦ ଆମୀରଙ୍କୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପ୍ ପାଇଁ ୧୫ଜଣିଆ ଟିମରେ ସାମିଲ୍ କରିଛି। ବିଶ୍ୱକପ୍ ମେ’ ୩୦ ତାରିଖରୁ ଆରମ୍ଭ ହେବ ଏବଂ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୧ ତାରିଖରେ ଖେଳିବ।
ପିସିବି ୧୮ ଅପ୍ରେଲରେ ବିଶ୍ୱକପ୍ ପାଇଁ ୧୫ ଜଣିଆ ସଦସ୍ୟର ପ୍ରାରମ୍ଭିକ ଟିମ୍ ଘୋଷଣା କରିଥିଲା। ଏହି ଟିମରୁ ଆବିଦ୍ ଅଲୀ ଓ ଜୁନେଦ୍ ଖାନ୍ଙ୍କୁ ବାଦ୍ ଦେଇ ସେମାନଙ୍କ ସ୍ଥାନରେ ଆସିଫ୍ ଅଲୀ ଓ ମହମ୍ମଦ ଆମୀରଙ୍କୁ ସାମିଲ୍ କରିଛି। ଏବେ ଫହୀମ ଅସରଫଙ୍କ ସ୍ଥାନରେ ରିଆଜଙ୍କୁ ଅନ୍ତିମ ଖେଳାଳି ଭାବେ ଟିମରେ ଚୟନ କରାଯାଇଛି।
ୱହାବ ଦୁଇବର୍ଷ ପରେ ଜାତୀୟ ଟିମକୁ ଫେରିଛନ୍ତି। ଶେଷଥର ପାଇଁ ସେ ଜୁନ୍ ୪, ୨୦୧୭ରେ ଭାରତ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମୁକାବିଲା ଖେଳିଥିଲେ। ଏହି ମ୍ୟାଚରେ ସେ ୮୭ ରନ୍ ବ୍ୟୟ କରିଥିଲେ ଏବଂ ଏହା ପରଠାରୁ ତାଙ୍କୁ ଟିମର ବାଦ୍ ଦିଆଯାଇଥିଲା।
ଖରାପ ଫର୍ମରେ ଥିବା ଆମୀରଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ପାଇଁ ଫଳପ୍ରଦ ହେବ। ଆମର ନିଜର ଶେଷ ୧୪ ମ୍ୟାଚରେ ମାତ୍ର ୫ ୱିକେଟ୍ ନେଇଛନ୍ତି। ତେଣୁ ଏହି ଦୁଇ ପେସରଙ୍କ ସାମିଲ୍ ହେବା ଦ୍ୱାରା ପାକିସ୍ତାନର ବୋଲିଂ ଆକ୍ରମଣ ପୂର୍ବ ତୁଳନାରେ ଶକ୍ତିଶାଳୀ ହେବ ବୋଲି ପିସିବି ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ୍-ହକ୍ କହିଛନ୍ତି।
ପାକିସ୍ତାନ ଟିମ୍: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖାର ଜମାନ୍, ଇମାମ-ଉଲ୍-ହକ୍, ବାବର ଆଜମ, ହାରିସ୍ ସୋହେଲ୍, ମହମ୍ମଦ ହଫିଜ୍, ଶୋଏବ ମଲିକ୍, ଆସିଫ୍ ଅଲୀ, ଇମାଦ ୱାସିମ୍, ଶାବାଦ ଖାନ୍, ମହମ୍ମଦ ଆମୀର, ମହମ୍ମନ ହସନେନ୍, ହାସାନ୍ ଅଲୀ, ୱହାବ ରିଆଜ, ଶାହୀବ ଶାହ ଆଫ୍ରିଦି।
from Odisha Reporter http://bit.ly/2LVmQtZ
No comments:
Post a Comment