କଂଗ୍ରେସ ଓ ବିଜେଡି ଏବେ ଅବକ୍ଷୟମୁଖୀ : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

କଂଗ୍ରେସ ଓ ବିଜେଡି ଏବେ ଅବକ୍ଷୟମୁଖୀ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ କଂଗ୍ରେସ ଓ ବିଜେଡି ଏବେ ଅବକ୍ଷୟମୁଖୀ ହେଉଛନ୍ତି। ବିଜେପି ଆଗାମୀ ଦିନରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ଆଜି ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନସଭା ବିଜେପି ପ୍ରାର୍ଥୀମାନଙ୍କୁ ନେଇ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବିଜେପିର ଭୋଟ ଗଣତି ପକ୍ରିୟା ଏବଂ ଫଳାଫଳର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ ଆଗାମୀ ୨୩ତାରିଖରେ ‘ଫିର ଏକବାର ମୋଦି ସରକାର’ ନାରା ସଫଳ ହେବାକୁ ଯାଉଛି। ଓଡ଼ିଶାରେ ଥିବା ସ୍ଥାଣୁ ଅପାରଗ ସରକାର ବଦଳିବ ବୋଲି ଅନୁଭବ କରାଯାଉଛି । ଓଡ଼ିଶାରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ ଓ ବିଜେପି ହିଁ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବ ବୋଲି ସେ କହିଛନ୍ତି।

ଏହି କର୍ମଶାଳାରେ ଭୋଟ ଗଣନା ପ୍ରକ୍ରିୟାରେ ବିଜେପିର କର୍ମକର୍ତ୍ତାମାନଙ୍କର କ’ଣ ଭୂମିକା ରହିଛି ଏବଂ ସଠିକ୍ ଖର୍ଚ୍ଚ ହିସାବ କିପରି ପ୍ରସ୍ତୁତ କରାଯିବ, ସେ ବିଷୟରେ ଚର୍ଚ୍ଚା ଆଲୋଚନା ସହ ସେମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା। ଏହି କର୍ମଶାଳାରେ ନିର୍ବାଚନ ଗଣତି ପଦ୍ଧତିର ବୈଷୟିକ ଦିଗ ଏବଂ ପ୍ରମୁଖ ବିନ୍ଦୁ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ବିଜେପି ନିର୍ବାଚନ ପ୍ରକୋଷ୍ଠ ଆବାହକ ସୁଦର୍ଶନ ନାୟକ ଭୋଟ ଗଣତିର ବିଭିନ୍ନ ନିୟମ ସମ୍ବନ୍ଧରେ ସୂଚନା ଦେଇଥିଲେ।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ନିର୍ବାଚନ ପରିଚାଳନାର ଆର୍ଥିକ ଦିଗ, ଭୋଟ ଗଣତି, ବୁଥ ଏଜେଣ୍ଟଙ୍କ ଦାୟିତ୍ୱ ଆଦି ବିଷୟରେ ଆଲୋକପାତ କରିଥିଲେ। ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପ୍ରତାପ ଷଡଙ୍ଗୀ, ମନମୋହନ ସାମଲ, ସୁରମା ପାଢ଼ୀ, ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ, ମାନସ କୁମାର ମହାନ୍ତିଙ୍କ ସମେତ ବିଜେପିର ସମସ୍ତ ଲୋକସଭା ଏବଂ ବିଧାନସଭାର ପ୍ରାର୍ଥୀ ଏବଂ ରାଜ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।



from Odisha Reporter http://bit.ly/2JSw9Ir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages