ଜଗନଙ୍କ ଶପଥ ଉତ୍ସବକୁ ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଜଗନଙ୍କ ଶପଥ ଉତ୍ସବକୁ ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆସନ୍ତା ୩୦ ତାରିଖ ଦିନ ଶପଥ ଗ୍ରହଣ କରିବେ। ଏହି ଶପଥପାଠ ଉତ୍ସବ ପାଇଁ ଆଜି ଜଗନ ମୋହନ ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଜୟୱାଡାଠାରେ ଆୟୋଜିତ ହେବାକୁ ଥିବା ଏହି ଶପଥ ପାଠ ଉତ୍ସବରେ ଜଗନ ମୋହନଙ୍କ ବ୍ୟତୀତ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ।

ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟାହ୍ଣ ୧୨.୧୫ରେ ଅନୁଷ୍ଠିତ ହେବ। ଜଗନ ମୋହନ ବ୍ୟକ୍ତିଗତ ଭାବେ ଚନ୍ଦ୍ରବାବୁଙ୍କୁ ଟେଲିଫୋନ୍‌ କରି ଶପଥପାଠ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ଏହି ଶପଥପାଠ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଯୋଗଦେବେ। ଶପଥପାଠ ଉତ୍ସବ ପରେ ଜଗନ ମୋହନ ଓ କେ ଚନ୍ଦ୍ର ଶେଖର ରାଓ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥପାଠ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।

ବିଧାନସଭାର ୧୭୫ଟି ଆସନରୁ ୧୫୧ଟିରେ ୱାଇଏସ୍‌ଆର କଂଗ୍ରେସ ବାଜିମାତ କରିଥିଲା।



from Odisha Reporter http://bit.ly/2MdGuRS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages