ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୋରରେ ଆଜି ସର୍ବସମ୍ମୁଖରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବିଏସ୍ପି ନେତା ହାଜି ଏହସାନ ଓ ତାଙ୍କ ଭଣଜା ଶଦାବଙ୍କ ମୃତ୍ୟୁ ହୋଇଯାଇଛି। ଏହି ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ନିଜବାବଡ ସହରରେ ଥିବା ହାଜିଙ୍କ ଅଫିସ ନିକଟରେ ହିଁ ଏହି ଗୁଳିକାଣ୍ଡ ଘଟିଛି।
ହାଜି ତାଙ୍କ ଭଣଜାଙ୍କ ସହ ଅପରାହ୍ଣ ପ୍ରାୟ ୩ଟା ବେଳେ ଅଫିସରେ ବସି ଆଲୋଚନା କରୁଥିଲେ। ଏତିକି ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ହଠାତ ଗୁଳିମାଡ଼ କରିଥିଲେ। ତେବେ ଏହା ରାଜନୀତିକ ଶତ୍ରୁତା ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଜଣାପଡ଼ିନାହିଁ। ପୁଲିସ୍ ଏହି ହତ୍ୟାକାଣ୍ଡ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2WB5qHj
No comments:
Post a Comment