ବାତ୍ୟା ଫୋନି କେଉଁଠୁ ପାଇଲା ଏତେ ଶକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବାତ୍ୟା ଫୋନି କେଉଁଠୁ ପାଇଲା ଏତେ ଶକ୍ତି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ମେ ୩ ତାରିଖରେ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିବା ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟା ଫୋନି ବେଶ କିଛି ସମୟ ଧରି ଶକ୍ତିଶାଳୀ ହୋଇ ରହିଥିଲା। ଓଡ଼ିଶାରେ ଅନେକ ବାତ୍ୟା ଲ୍ୟାଣ୍ଡଫଲ୍‌ କରିଛି ସତ, ହେଲେ ଫୋନି ସବୁଠାରୁ ଅଧିକ ଶକ୍ତିଶାଳୀ ଥିବାରୁ ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ତେବେ ଵାତ୍ୟାର ରୂପ ନେବା ପୂର୍ବରୁ ଫୋନି ପ୍ରଥମେ ଏକ ଲଘୁଚାପ ଭାବେ ଉଭା ହୋଇଥିଲା। ପ୍ରାୟତଃ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଦୁର୍ବଳ ହୋଇଯାଏ। କିନ୍ତୁ ଲଘୁଚାପ ସୃଷ୍ଟି ହେବା ପରେ ସବୁଠାରୁ ଅଧିକ ସମୟ ଧରି ତିଷ୍ଠି ରହିଥିବା ବାତ୍ୟା ହେଉଛି ଫୋନି। ଏହି କାରଣରୁ ଫୋନିର ପ୍ରକୋପ ଅଧିକ ରହିଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ପ୍ରଳୟଙ୍କରୀ ବାତ୍ୟା ଫୋନି ଉଭୟ ସମୁଦ୍ର ଓ ସ୍ଥଳଭାଗରେ ଦୀର୍ଘ ୧୧ ଦିନ ଧରି ତିଷ୍ଠି ରହିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଏହି ଭୟଙ୍କର ବାତ୍ୟାର ତୀବ୍ରତା ଉଭୟ ସମୁଦ୍ର ଓ ସ୍ଥଳଭାଗରେ ସମାନ ରହିଥିଲା ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟରେ ଲ୍ୟାଣ୍ଡଫଲ୍ ହେବା ପରେ ମଧ୍ୟ ଏହାର ତୀବ୍ରତା କମି ନଥିଲା। ଫୋନି ଲ୍ୟାଣ୍ଡଫଲ କରିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା।

କିନ୍ତୁ ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାରେ ପ୍ରବଳ ମାତ୍ରାରେ ବର୍ଷା ହୋଇନଥିଲା ବୋଲି ଡ. ସାହୁ କହିଛନ୍ତି। ଫୋନି ଲ୍ୟାଣ୍ଡଫଲ କରିବା ସମୟରେ ସାତପଡ଼ାରେ ସମୁଦ୍ରର ଢେଉର ଉଚ୍ଚତା ୧୦ ଫୁଟ ରହିଥିଲା ଏବଂ ପବନର ଗତି ଘଣ୍ଟା ପ୍ରତି ୨୦୦ କିମିରୁ ଅଧିକ ଥିଲା। ଏହି ଘୂର୍ଣ୍ଣିବାତ୍ୟା ଏପ୍ରିଲ ୨୪ ତାରିଖରୁ ଲଘୁଚାପର ରୂପ ନେଇଥିବା ବେଳେ ଲ୍ୟାଣ୍ଡଫଲ୍ ପରେ ଉପକୂଳ ଲଂଘିବା ପାଇଁ ଦୁଇ ଘଣ୍ଟା ସମୟ ନେଇଥିଲା। ଏହାପରେ ଭୁବନେଶ୍ୱର ଓ ନିକଟବର୍ତ୍ତୀ ଅଞ୍ଚଳ ଆଡ଼େ ମୁହାଁଇଥିଲା। ବାତ୍ୟାର ଆଖିର ପରିସର ମଧ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରହିଥିଲା। ବାତ୍ୟା ଆଖିର ପରିଧି ୨୮ କିମି ଥିଲା ଏବଂ ଏହା ୨୨ କିମି ବେଗରେ ଗତି କରୁଥିଲା ।

ଡ. ସାହୁ କହିଛନ୍ତି ବାତ୍ୟା ପ୍ରାୟ ୩୦ ମିନିଟ୍ ପାଇଁ ଥମି ଯାଇଥିଲା। ଏହା ପରେ ପବନର ଗତି ଏବଂ ଦିଗ ବଦଳିଯାଇଥିଲା। ବାତ୍ୟାର ଆଖି ଉପକୂଳ ଲଙ୍ଘିବା ପରେ ପବନର ବେଗ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ବାତ୍ୟାର ତୀବ୍ରତା ଭୁବନେଶ୍ୱର ପହଞ୍ଚିବା ପର୍ଯ୍ୟନ୍ତ ସମାନ ରହିଥିଲା ଏବଂ ଏହା ପରେ ଏହାର ଦିଗ ପରିବର୍ତନ ହୋଇ ଉତ୍ତର ପୂର୍ବ ଦିଗଆଡ଼କୁ ଅର୍ଥାତ ମୟୂରଭଞ୍ଜ ମୁହାଁ ହୋଇଥିଲା।

ଦ୍ରୁତ ବେଗ ଯୋଗୁ ସ୍ଥଳଭାଗରେ ଫୋନି ପ୍ରଳୟ ରଚିଥିଲା। ଯଦି ଏହା ଅଧିକ ସମୟ ସ୍ଥଳଭାଗରେ ସ୍ଥିର ହୋଇ ରହିଥାନ୍ତା, ତା’ହେଲେ ବିପର୍ଯ୍ୟୟ ଆହୁରି ଭୟଙ୍କର ହୋଇଥାଆନ୍ତା ବୋଲି ଡ. ସାହୁ କହିଛନ୍ତି।

ବାତ୍ୟା ଦୁର୍ବଳ ହେବା ପରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମେ ୧୭ ତାରିଖ ବେଳକୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ମଧ୍ୟ ଛୁଇଁ ପାରେ। ଏଭଳି ସ୍ଥିତି ଏକ ସପ୍ତାହ ଧରି ଜାରି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।



from Odisha Reporter http://bit.ly/2E4bo8L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages