ବାରଣ ସତ୍ତ୍ୱେ ପ୍ରଚାର କରୁଛନ୍ତି ସାଧ୍ୱୀ ପ୍ରଜ୍ଞା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ବାରଣ ସତ୍ତ୍ୱେ ପ୍ରଚାର କରୁଛନ୍ତି ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି ଭୋପାଲ ବିଜେପି ଲୋକସଭା ଆସନର ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ବାବ୍ରି ମସଜିଦ ଭଙ୍ଗା ଘଟଣା ପାଇଁ ଗର୍ବିତ ବୋଲି ଜାତୀୟ ଗଣମାଧ୍ୟମ ‘ଟିଭି ୯ ଭାରତବର୍ଷ’ରେ ଏକ ସାକ୍ଷାତକାରରେ ସାଧ୍ୱୀ କହିଥିଲେ।  ଏହାପରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିର୍ବାଚନ କମିଶନ ଗୁରୁବାର ଠାରୁ ସାଧ୍ୱୀଙ୍କ ପ୍ରଚାର ଉପରେ ୩ ଦିନ ପାଇଁ ରୋକ ଲଗାଇଥିଲେ।

ହେଲେ ସାଧ୍ୱୀ ପ୍ରଜ୍ଞା ଏହାକୁ ଖାତିର ନକରି ରାଲି କରିଥିବା ଦେଖିବାକୁ ମିଳିଛି। ତେବ ଏ ନେଇ ସାଧ୍ୱୀ ପ୍ରଜ୍ଞାଙ୍କୁ ନିର୍ବାଚନ କମିଶନ ଜବାବ ମାଗିଥିବା ଜଣାପଡ଼ିଛି। ତେବେ ନିର୍ବାଚନ କମିଶନ ଯେଉଁ ରୋକ ଲଗାଇଛନ୍ତି ତାକୁ ସ୍ୱାଗତ କରିଥିଲେ ସାଧ୍ୱୀ। ହେଲେ ବାବ୍ରି ମସଜିଦକୁ ନେଇ ଟିଭିରେ ଯେଉଁ ସାକ୍ଷାତକାର ଦେଖାଯାଇଛି ତାହା ଆପୋଷ ଆଲୋଚନା ବେଳେ କହିଥିଲେ। ଯାହାକୁ ସଂପୃକ୍ତ ଚ୍ୟାନେଲ ସାର୍ବଜନୀନ କରିଥିବା ସେ କହିଥିଲେ।

ସୂଚନାଯୋଗ୍ୟ ୪୯ ବର୍ଷୀୟ ସାଧ୍ୱୀ ପ୍ରଜ୍ଞା ୨୦୦୮ ମସିହାରେ ହୋଇଥିବା ମାଲେଗାଁଓ ବିସ୍ଫୋରଣ ଘଟଣାର ୬ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏବେ ସେ ଜାମିନରେ ଅଛନ୍ତି।

ଭୋପାଲ ଲୋକସଭା ଆସନ ପାଇଁ ପ୍ରାର୍ଥୀ ବିଜେପିରୁ ସାଧ୍ୱୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଗବିଜୟ ସିଂହ ପ୍ରାର୍ଥୀ ହୋଇଛନ୍ତି। ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ।



from Odisha Reporter http://bit.ly/2ZUwVu0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages