ବାଲୁଖଣ୍ଡ ଅଭୟାରଣ୍ୟରେ ଡ୍ରୋନ୍ କ୍ୟାମେରା ଖୋଜିବ ହରିଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବାଲୁଖଣ୍ଡ ଅଭୟାରଣ୍ୟରେ ଡ୍ରୋନ୍ କ୍ୟାମେରା ଖୋଜିବ ହରିଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନଙ୍କୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ। ଡ୍ରୋନ କ୍ୟାମେରା ମାଧ୍ୟମରେ ଅଭୟାରଣ୍ୟର କୋର୍ ଏରିଆରେ ହରିଣଙ୍କୁ ଖୋଜାଯିବ ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି ।

ଗତ ମେ ୩ ତାରିଖରେ ଆସିଥିବା ସାମୁଦ୍ରିକ ଝଡ଼ ଫୋନି ପୁରୀରେ ଲ୍ୟାଣ୍ଡଫଲ୍ କରିବା ପରେ ବାଲୁଖଣ୍ଡ ଅଭୟାରଣ୍ୟ ବେଶୀମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ଅଭୟାରଣ୍ୟରେ ବିରଳ ଚିତ୍ରା ହରିଣ ସହ ୪୦୦୦ରୁ ଅଧିକ ହରିଣ ବାସ କରୁଥିଲେ।

ବାତ୍ୟା ପରେ ଅଭୟାରଣ୍ୟରେ ହରିଣ ଦେଖାଯାଉନଥିଲା। ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି କିଛି ହରିଣ ମରିଥିବା ଆଶଙ୍କା କରାଯାଉଛି। ତେଣୁ ଆମେ ଡ୍ରୋନ୍‌ ମାଧ୍ୟମରେ ଫଟୋ ନେବା ପାଇଁ ଉଦ୍ୟମ କରୁଛୁ।



from Odisha Reporter http://bit.ly/2JhmawZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages