
ନୂଆଦିଲ୍ଲୀ: ଆଗାମୀ ପର୍ଯ୍ୟାୟ ମତଦାନ ସକାଳ ୭ ପରିବର୍ତ୍ତେ ୫ଟାରୁ ଆରମ୍ଭ କଲେ ଅସବିଧା କଣ ହେବ? ନିର୍ବାଚନ କମିଶନଙ୍କୁ ଏହା ପଚାରିଛନ୍ତି ସୁପ୍ରିମକୋର୍ଟ। ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସ ଚାଲିଥିବାରୁ ସକାଳ ୫ଟାରୁ ମତଦାନ ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି।
ଏଥିପାଇଁ ଜରୁରୀ କାଳୀନ ଭିତିରେ ଏକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନରୁ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆଉ ୩ଟି ପର୍ଯ୍ୟାୟରେ ମତଦାନ ବାକି ରହିଛି। ମେ’ ୧୯ରେ ଅନ୍ତିମ ମତଦାନ ରହିଛି। ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
from Odisha Reporter http://bit.ly/2VAwpCf
No comments:
Post a Comment