ବାଂଲାଦେଶ, ତାମିଲନାଡୁ, ଓଡ଼ିଶା, ଆନ୍ଧ୍ରପ୍ରଦେଶରେ କାହିଁକି ହୋଇଥାଏ ଅଧିକ ସାଇକ୍ଲୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ବାଂଲାଦେଶ, ତାମିଲନାଡୁ, ଓଡ଼ିଶା, ଆନ୍ଧ୍ରପ୍ରଦେଶରେ କାହିଁକି ହୋଇଥାଏ ଅଧିକ ସାଇକ୍ଲୋନ୍‌

ନୂଆଦିଲ୍ଲୀ: ଆସୁଛି ବାତ୍ୟା ‘ଫୋନି।  ଓଡ଼ିଶା ଆଡକୁ ମୁହାଁଉଛି । ଭାରତୀୟ ପାଣିପାଗ କେନ୍ଦ୍ର ଆଶଙ୍କା କରୁଛି, ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁ ଏହି ବାତ୍ୟା ତୀବ୍ରରୁ ଅତି ତୀବ୍ର ରୂପ ଧାରଣ କରିବା ସହିତ ଅଧିକ ଧନଜୀବନ ନଷ୍ଟ କରିପାରେ। ଗତବର୍ଷ ତାମିଲନାଡୁରେ ତାଣ୍ଡବ ରଚିଥିଲା ବାତ୍ୟା ‘ଗାଜା’। ଏହାର ପ୍ରଭାବରେ ୨୦ ଲୋକଙ୍କର ମୃତ୍ୟୁ ହେବା ସହିତ ବହୁ ଧନସମ୍ପତ୍ତି ନଷ୍ଟ ହୋଇଥିଲା। ….

କିନ୍ତୁ ଆପଣ ଜାଣିଛନ୍ତି, ଭାରତର ପୂର୍ବ ଉପକୂଳରେ କାହିଁକି ଅଧିକାଂଶ ବାତ୍ୟା ହୋଇଥାଏ ?  କାହିଁକି ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳ ପରି ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ହୋଇଥାନ୍ତି।।

ସାଇକ୍ଲୋନ୍‌ ବା ବାତ୍ୟା କ’ଣ?
ପଶ୍ଚିମ ପ୍ରଶାନ୍ତ ମହାସାଗର ଓ ଭାରତ-ବାଙ୍ଗଲାଦେଶ ମଝିରେ ଥିବା ବଙ୍ଗୋପସାଗରରେ ଉଠୁଥିବା ଝଡ଼କୁ ସାଇକ୍ଲୋନ୍‌ ବା ବାତ୍ୟା କୁହାଯାଏ। ସମୁଦ୍ରର ଯେଉଁ ସ୍ଥାନର ତାପମାତ୍ରା ଅନ୍ୟସ୍ଥାନ ତୁଳନାରେ ଅଧିକ ଥାଏ,  ସେହି ସ୍ଥାନରେ ସାଇକ୍ଲୋନ୍‌ ବା ଚକ୍ରବାତ କେନ୍ଦ୍ରୀଭୂତ ହୋଇଥାଏ। ଉତ୍ତର ଧ୍ରୁବ  ନିକଟବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନ୍‌ ତାର ଦିଗ ଆଣ୍ଟ କ୍ଲକ୍‌ ୱାଇଜ୍ ପରିବର୍ତ୍ତନ କରି ଆଗକୁ ବଢ଼ିଥାଏ। ସେହିପରି ଭାରତୀୟ ଉପ-ମହାଦ୍ୱୀପ ପାଖାପାଖି ଅଞ୍ଚଳରେ ଉଠୁଥିବା ସାଇକ୍ଲୋନ୍‌ କ୍ଲକ୍‌ ୱାଇଜ୍ ତାହାର ଦିଗ ପରିବର୍ତ୍ତନ କରି ଆଗକୁ ବଢ଼ିଥାଏ।

ବାଂଲାଦେଶର ଅଧିକ ବାତ୍ୟା କାହିଁକି 
ଇତିହାସ କହେ,  ଆରବସାଗର ତୁଳନାରେ ଅଧିକ ସାଇକ୍ଲୋନ୍‌ ହୋଇଥାଏ। ଆଜି ସୁଦ୍ଧା ହୋଇଥିବା  ୩୫ଟି ଅତି ଭୟଙ୍କର ସାଇକ୍ଲୋନ୍‌ ମଧ୍ୟରୁ ୨୬ଟି  ଭାରତ-ବାଂଲାଦେଶ ମଧ୍ୟବର୍ତ୍ତୀ ବଙ୍ଗୋପସାଗରରେ ହୋଇଛି। ଏସବୁ ସାଇକ୍ଲୋନ୍‌ରେ ବାଙ୍ଗଲାଦେଶରେ ବେଶି  କ୍ଷୟକ୍ଷତି ଘଟାଇଥାଏ । ଗତ ୨୦୦ ବର୍ଷ ମଧ୍ୟରେ ପୃଥିବୀରେ ହୋଇଥିବା ସାଇକ୍ଲୋନ୍‌ରେ ୪୦ ପ୍ରତିଶତ ମୃତ୍ୟୁ କେବଳ ବାଙ୍ଗଲାଦେଶରେ ହିଁ ହୋଇଛି। କିନ୍ତୁ ଭାରତରେ ଏହି ସାଇକ୍ଲୋନ୍‌ରେ ମୃତ୍ୟୁ ସଂଖ୍ୟା ଏକ ଚତୁର୍ଥାଶଂ କହିଲେ ଚଳେ।

ତେବେ କାହିଁକି ପୂର୍ବ ଉପକୂଳରେ ହୋଇଥାଏ ?

ଏହାର କାରଣ ବାହୁ ପ୍ରବାହର ଦିଗ।  ଅଧିକ ପବନ ପ୍ରବାହିତ ହେବା ଯୋଗୁ ପଶ୍ଚିମରେ ଥିବା ସାଗର ଥଣ୍ଡା ରହିଥାଏ।  ଥଣ୍ଡା ଥିବା ଜଳଭାଗରେ କମ୍‌ ସାଇକ୍ଲୋନ୍‌ ହୋଇଥାଏ। ତା’ ଛଡା ପଶ୍ଚିମ ଉପକୂଳରେ ସୃଷ୍ଟି ହେଉଥିବା ଅଧିକାଂଶ ସାଇକ୍ଲୋନ୍‌ ଓମାନ୍‌ ଆଡ଼କୁ ଗତି ପରିବର୍ତ୍ତନ କରିଥାଏ। ତାହା ଭାରତୀୟ ଉପକୂଳକୁ ଆସି ପାରିନଥାଏ।

‘ନାସନାଲ୍‌ ସାଇକ୍ଲୋନ୍‌ ରିକ୍ସ ମିଟିଗେସନ୍‌ ପ୍ରୋଜେକ୍ଟ’ର ତଥ୍ୟ ଅନୁସାରେ ୧୮୯୧ରୁ ୨୦୦୦ ମଧ୍ୟରେ ଭାରତର ପୂର୍ବ ଉପକୂଳରେ ୩୦୮ଟି ସାଇକ୍ଲୋନ୍‌ ହୋଇଛି। ଏହା ମଧ୍ୟରେ ପଶ୍ଚିମ ଉପକୂଳରେ କେବଳ ୪୮ଟି ସାଇକ୍ଲୋନ୍‌ ହୋଇଛି।

ପୂର୍ବ ଉପକୂଳରେ ହେଉଥିବା ସାଇକ୍ଲୋନ୍‌ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହାର କାରଣ ପୂର୍ବ ଉପକୂଳରେ ରହିଥିବା ରାଜ୍ୟଗୁଡ଼ିକର ଭୂମି ଅଧିକ ସମତଳ ରହିଥାଏ। ଏହି କାରଣରୁ ସାଇକ୍ଲୋନ୍‌ ତାର ଗତିପଥ ପରିବର୍ତ୍ତନ କରିପାରିନଥାଏ। କିନ୍ତୁ ପଶ୍ଚିମ ଉପକୂଳରେ ସୃଷ୍ଟି ହେଉଥିବା ସାଇକ୍ଲୋନ୍‌ ଦିଗ ପରିବର୍ତ୍ତନ କରିପାରେ। ଯଦି କୌଣସି ପ୍ରଭାବଶାଳୀ ସାଇକ୍ଲୋନ୍‌ ଭାରତର ପୂର୍ବ ଉପକୂଳ ଓ ବାଙ୍ଗଲାଦେଶରେ ସୃଷ୍ଟି ହୋଇଥାଏ ତେବେ ଏଥିରୁ ଯେଉଁ ଲହରୀ ସୃଷ୍ଟି ହୋଇଥାଏ, ତାହା ପୃଥିବୀର ଯେ କୌଣସି ସ୍ଥାନରେ ଉଠୁଥିବା ସାଇକ୍ଲୋନ୍‌ର ଲହରୀଠାରୁ ଅଧିକ ବଳଶାଳୀ ଓ ଉଚ୍ଚା ହୋଇଥାଏ। ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରକୃତି ଏବଂ ସମୁଦ୍ରର ଗଭୀରତା ଯୋଗୁ ଏପରି ହୋଇଥାଏ।

ଏପ୍ରିଲ ମାସରୁ ଡିସେମ୍ୱର ମାସ ପର୍ଯ୍ୟନ୍ତକୁ ସାଇକ୍ଲୋନ୍‌ର ଋତୁ ବୋଲି କୁହାଯାଏ। କିନ୍ତୁ ୬୫ ପ୍ରତିଶତ ସାଇକ୍ଲୋନ୍‌ ବର୍ଷର ଶେଷ ଚାରି ମାସ ସେପ୍ଟେମ୍ୱରରୁ ଡିସେମ୍ୱର ମଧ୍ୟରେ ହୋଇଥାଏ।
ସାଇକ୍ଲୋନ୍‌ର ପ୍ରକାରଭେଦ ପବନର ଗତିକୁ ଦେଖି ନିର୍ଦ୍ଧାରଣ କରାଯାଇଥାଏ। ଘଣ୍ଟା ପ୍ରତି ୬୨ କିଲୋମିଟରରୁ ଅଧିକ ବେଗରେ ପବନ ବହିଲେ ଏହାକୁ ସାଇକ୍ଲୋନ୍‌କୁ ଉଷ୍ମ କଣ୍ଟିବନ୍ଧୀୟ ବା ଟ୍ରପିକାଲ ସାଇକ୍ଲୋନ୍‌ କୁହାଯାଏ। ପରେ ଏହି ସାଇକ୍ଲୋନ୍‌ ତୀବ୍ର ରୂପ ଧାରଣ କରିଥାଏ ଏବଂ ପବନର ବେଗ ଘଣ୍ଟା ପ୍ରତି ୮୯ କିଲୋମିଟରରୁ ୧୧୮ କିଲୋମିଟର ହୋଇଥାଏ।
ଯଦି ପବନର ବେଗ ଘଣ୍ଟା ପ୍ରତି ୧୧୯ କିଲୋମିଟରରୁ ୨୨୧ କିଲୋମିଟର ହୁଏ ତେବେ ସାଇକ୍ଲୋନ୍‌ ଭୟଙ୍କର ରୂପ ଧାରଣ କରିଥାଏ। ଏହାଠାରୁ ଅଧିକ ବେଗ ଥିବା ସାଇକ୍ଲୋନ୍‌କୁ ସୁପର ଟ୍ରପିକାଲ ସାଇକ୍ଲୋନ୍‌ କୁହାଯାଏ।

ଓଡ଼ିଶାରେ ସାଇକ୍ଲୋନ୍‌ର ପ୍ରଭାବ ଅଧିକ
୧୮୯୧ରୁ ୨୦୦୨ ମଧ୍ୟରେ ଓଡ଼ିଶାରେ ୯୮ ଟି ସାଇକ୍ଲୋନ୍‌ ହୋଇଛି। ଅବଶ୍ୟ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ବାତ୍ୟାରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।



from Odisha Reporter http://bit.ly/2DGFZt0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages