ଏକଜିଟ୍‌ ପୋଲ ପରେ ଆକ୍ସନ ମୋଡରେ ଯୋଗୀ, ରାଜଭରଙ୍କୁ କ୍ୟାବିନେଟରୁ ବିଦା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଏକଜିଟ୍‌ ପୋଲ ପରେ ଆକ୍ସନ ମୋଡରେ ଯୋଗୀ, ରାଜଭରଙ୍କୁ କ୍ୟାବିନେଟରୁ ବିଦା କଲେ

ଲକ୍ଷ୍ନୌ: ଏକଜିଟ୍‌ ପୋଲ୍‌ ଫଳାଫଳରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଆକଳନ କରାଯାଇଛି। ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ ଏନ୍‌ଡିଏ ଭଲ କରିବ ବୋଲି କୁହାଯାଉଛି। ତେବେ ଏହି ଏକଜିଟ୍‌ ପୋଲ ଫଳାଫଳ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ଆଜି ସେ ବିଜେପିର ଉତ୍ତର ପ୍ରଦେଶ ସହଯୋଗୀ ଶୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍‌ବିଏସ୍‌ପି) ମୁଖ୍ୟ ଓପି ରାଜଭରଙ୍କୁ ନିଜ କ୍ୟାବିନେଟ୍‌ରୁ ବରଖାସ୍ତ କରିଛନ୍ତ। ନିର୍ବାଚନ ପୂର୍ବରୁ ଓପି ରାଜଭର ଉତ୍ତର ପ୍ରଦେଶରେ ସପା-ବିଏସ୍‌ପି ମେଣ୍ଟ ଭଲ କରିବେ ଏବଂ ବିଜେପି ମାତ୍ ଖାଇବ ବୋଲି ମତ ଦେଇଥିଲେ।

ଯୋଗୀ ଆଜି ଟ୍ୱିଟ୍‌ କରି କହିଛନ୍ତି ଯେ “ରାଜଭର ମୋ ମନ୍ତ୍ରିମଣ୍ଡଳରେ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। କିନ୍ତୁ ତାଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଛି। ଆଶା ରାଜ୍ୟପାଳ ଏହାକୁ ଗ୍ରହଣ କରିବେ।”

ଲୋକସଭା ନିର୍ବାଚନରେ ଟିକେଟ୍‌ ବଣ୍ଟନକୁ ନେଇ ଯୋଗୀ ଓ ରାଜଭରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏଥିପାଇଁ ରାଜଭର ଇସ୍ତଫା ମଧ୍ୟ ଦେଇଥିଲେ। ହେଲେ ଏହା ଗ୍ରହଣ କରାଯାଇ ନଥିଲା। ଯୋଗୀ ଓ ବିଜେପି ବିରୋଧରେ ରାଜଭର ବିଦ୍ରୋହ ଘୋଷଣା କରି ୪ର୍ଥ,୫ମ, ୬ଷ୍ଠ ଓ ୭ମ ପର୍ଯ୍ୟାୟ ଲୋକସଭା ଆସନଗୁଡ଼ିକରେ ୩୯ ଜଣ ପ୍ରାର୍ଥୀ ଦେଇଥିଲେ।



from Odisha Reporter http://bit.ly/2EimVSk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages