ଏଥର ବିଧାନସଭାରେ ୯୫ କୋଟିପତି ବିଧାୟକ, ନବୀନ ସବୁଠୁ ଧନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଏଥର ବିଧାନସଭାରେ ୯୫ କୋଟିପତି ବିଧାୟକ, ନବୀନ ସବୁଠୁ ଧନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ  ବିଧାନସଭାକୁ ୯୫ ଜଣ କୋଟିପତି ବିଧାୟକ ନିର୍ବାଚିତ ହୋଇଛନ୍ତି। ମୋଟ ୧୪୬ ବିଧାୟକଙ୍କ ମଧ୍ୟରୁ ୬୫ ପ୍ରତିଶତ ଅର୍ଥାତ ୯୫ ଜଣ ବିଧାୟକଙ୍କ ସମ୍ପତ୍ତି କୋଟିଏ ଟଙ୍କାରୁ ଅଧିକ। ବିଜେଡିରୁ ସର୍ବାଧିକ କୋଟିପତି ନେତା ବିଧାୟକ ହୋଇଛନ୍ତି। ୧୧୨ ବିଜେଡି ବିଧାୟକଙ୍କ ମଧ୍ୟରୁ ୭୧ ପ୍ରତିଶତ ବା ୭୯ ଜଣ କୋଟିପତି। ସେହିପରି ବିଜେପିର ୩୯ ପ୍ରତିଶତ ବା ୯ ଜଣ ବିଧାୟକ ଓ କଂଗ୍ରେସର ୭ ଜଣ ବିଧାୟକ କୋଟିପତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ ହୋଇଥିବା ବେଳେ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଦ୍ୱିତୀୟ ଧନୀ ବିଧାୟକ।

ନବୀନ ପଟ୍ଟନାୟକଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୬୩ କୋଟି ଟଙ୍କା ଓ ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୩ କୋଟି ଟଙ୍କା। ୩୧ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ଧନୀ ହେଲେ ପାଟଣାଗଡ଼ରୁ ନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର। ତେବେ ସବୁଠୁ ଗରିବ ବିଧାୟକ ହେଉଛନ୍ତି ୧୫ ହଜାର ଟଙ୍କାର ସଂପତ୍ତି ଥିବା ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି। ଚାଙ୍କ ଉପରକୁ ଅଛନ୍ତି ୩ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଥିବା ବାଲେଶ୍ୱରରୁ ନିର୍ବାଚିତ ମଦନମୋହନ ଦତ୍ତ। ବରୀରୁ ନିର୍ବାଚିତ ସୁନନ୍ଦା ଦାସଙ୍କ ପାଖରେ ରହିଛି ମାତ୍ର ୮ ଲକ୍ଷ ଟଙ୍କାର ସମ୍ପତ୍ତି।

ସେହିପରି ସର୍ବାଧିକ ଆୟ ଥିବା ବିଧାୟକ ହେଲେ ବାରବାଟୀ-କଟକରୁ ନିର୍ବାଚିତ କଂଗ୍ରେସ ନେତା ମହମ୍ମଦ ମୋକିମ, ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଏବଂ ଢେଙ୍କାନାଳ ବିଧାୟକ ସୁଧୀର ସାମଲ।

ମୋକିମଙ୍କ ଆୟ ୪ କୋଟିରୁ ଅଧିକ ହୋଇଥିବା ବେଳେ ନବ ଏବଂ ସୁଧୀର ତାଙ୍କ ଆୟ ୧ କୋଟି ଟଙ୍କାରୁ ଅଧିକ ବୋଲି ଦର୍ଶାଇଛନ୍ତି।



from Odisha Reporter http://bit.ly/2K7Gss4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages