ପରାଜୟ ପରେ ଅଖିଲେଶଙ୍କ ପରିବାରରେ ତୁ ତୁ ମେଁ ମେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ପରାଜୟ ପରେ ଅଖିଲେଶଙ୍କ ପରିବାରରେ ତୁ ତୁ ମେଁ ମେଁ

ଲକ୍ଷ୍ନୌ: ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶର ମହାମେଣ୍ଟରେ ସାମିଲ ଥିବା ତିନି ଦଳ- ସମାଜବାଦୀ ପାର୍ଟି(ଏସପି), ବହୁଜନ ସମାଜ ପାର୍ଟି(ବିଏସପି) ଏବଂ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ (ଆରଏଲଡି)ର ଘୋର ପରାଜୟ ହୋଇଛି। ରାଜ୍ୟର ମୋଟ ୮୦ ଲୋକସଭା ଆସନରୁ ଅଧିକାଂଶ ଆସନରେ ମହାମେଣ୍ଟ ବିଜୟର ବାନା ଉଡ଼ାଇବ ବୋଲି ଆକଳନ କରିଥିଲା। କିନ୍ତୁ ୧୫ଟି ଆସନରେ ସୀମିତ ରହିଯାଇଛି ମହାମେଣ୍ଟ। ଯେଉଁଥିରେ ବିଏସପିକୁ ୧୦ଟି ଓ ଏସପିକୁ ମାତ୍ର ୫ଟି ଆସନ ମିଳିଛି। ଆରଏଲଡି କୌଣସି ଆସନରେ ଖାତା ଖୋଲିପାରି ନାହିଁ।

ସମାଜବାଦୀ ପାର୍ଟି ମାତ୍ର ୫ଟି ଆସନରେ ସୀମିତ ରହିଥିବାରୁ ଏହାକୁ ନେଇ ଯାଦବ ପରିବାରରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ନିର୍ବାଚନ ଫଳାଫଳ ପରେ ଏସପିର କୌଣସି ନେତା ଚୁପ ରହିଥିବା ବେଳେ  ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାମ ଗୋପାଲ ଯାଦବ। ସେ ଦଳର ବିପର୍ଯ୍ୟୟ ପାଇଁ ଅଖିଲେଶଙ୍କୁ ଦାୟୀ କରିଛନ୍ତି। ଭଲ ଭାବରେ ଆସନ ବୁଝାମଣା ହୋଇନଥିବାରୁ ଏପରି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅଖିଲେଶଙ୍କ ପରିବାରରୁ ୫ ଜଣ ପ୍ରାର୍ଥୀ ହୋଇଥିଲେ। ଆଜମଗଡରୁ ଅଖିଲେଶ ଏବଂ ମୈନପୁରରୁ ମୁଲାୟମ ସିଂହଙ୍କୁ ଛାଡ଼ିଦେଲେ ଅନ୍ୟ ୩ଟି ଆସନରେ ଯାଦବ ପରିବାରର ସଦସ୍ୟ ହାରିଛନ୍ତି। କନୌଜ ଆସନରୁ ଅଖିଲେଶଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କୁ ବିଜେପି ପ୍ରାର୍ଥୀ ସୁବ୍ରତ ପାଠକ ୧୨, ୩୫୩ ଖଣ୍ଡ ଭୋଟରେ ହରାଇଛନ୍ତି। ଏହା ବ୍ୟତୀତ ଫିରୋଜାବାଦ ଆସନରୁ ଅଖିଲେଶଙ୍କ କାକା ପୁଅ ଅକ୍ଷୟ ଯାଦବ ଏବଂ ବଦାୟୁନ ଆସନରୁ ଅନ୍ୟ ଜଣେ କାକା ପୁଅ ଧର୍ମେନ୍ଦ୍ର ଯାଦବ ନିଜ ଆସନ ହରାଇଛନ୍ତି।

ପ୍ରଥମେ ବିଏସପି-ଏସପି-ଆରଏଲଡି ମେଣ୍ଟକୁ ନେଇ ଏସପିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ପ୍ରଶ୍ନ ଉଠାଇଥିଲେ। ବିଏସପି ସହିତ ମେଣ୍ଟ ହେବା ଦ୍ୱାରା ଏସପିକୁ ଲାଭ ମିଳିବନି ବୋଲି ମୁଲାୟମ ଅଖିଲେଶଙ୍କୁ କହିଥିଲେ। ହେଲେ ବିଜେପିକୁ ହରାଇବା ପାଇଁ ମେଣ୍ଟ କରିବାକୁ ପଡ଼ିଲେ ସେ ପଛାଇବେ ନାହିଁ ବୋଲି ଅଖିଲେଶ କହିଥିଲେ। ମୋଟ ୭୮ଟି ଆସନରୁ ମହାମେଣ୍ଟ ଲଢ଼ିବ ବୋଲି ସ୍ଥିର ହୋଇଥିଲା। ଯେଉଁଥିରୁ ଏସପି ୩୮ଟି ଆସନରେ ପ୍ରାର୍ଥୀ ଦେଇଥିଲା, ଆରଏଲଡି ୬ଟି ଆସନ ଏବଂ ବାକି ଆସନରେ ବିଏସପି ପ୍ରାର୍ଥୀ ଦେଇଥିଲା।

୨୦୧୪ରେ ବିଏସପି ଉତ୍ତର ପ୍ରଦେଶରେ କୌଣସି ଆସନରେ ଜିତିନଥିବା ବେଳେ ଚଳିତଥର ୧୦ଟି ଆସନରେ ବିଜୟୀ ହୋଇଛି। ଏସପି ମାତ୍ର ୫ଟି ଆସନରେ ବିଜୟୀ ହୋଇଛି। ମହାମେଣ୍ଟରେ ବିଏସପି ସାମିଲ ହୋଇ ନିଜର ସ୍ଥିତି ସମ୍ଭାଳିଥିବା ବେଳେ ଏସପି ମାତ୍ର ୫ଟି ଆସନରେ ବିଜୟୀ ହୋଇଥିବାରୁ ଏବେ ଯାଦବ ପରିବାରରେ ଏସପିର ନେତୃତ୍ୱକୁ ନେଇ ବିବାଦ ଆରମ୍ଭ ହୋଇଛି।



from Odisha Reporter http://bit.ly/2JHj05P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages