ଏମିତି ନାରକୀୟ ଢଙ୍ଗରେ ମୋହିତଙ୍କୁ କରାଯାଇଥିଲା ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଏମିତି ନାରକୀୟ ଢଙ୍ଗରେ ମୋହିତଙ୍କୁ କରାଯାଇଥିଲା ହତ୍ୟା

ନୂଆଦିଲ୍ଲୀ: ନିକଟରେ ଜଣେ ଟିକ୍‌ଟକ୍‌ ସେଲିବ୍ରେଟି ମୋହିତ୍ ମୋରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନଜଫଗଢ ଅଞ୍ଚଳରେ ରହୁଥିବା ମୋହିତ୍‌ଙ୍କ ହତ୍ୟାର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ଏଥିପାଇଁ ଶନିବାର ଦିନ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରିଛି ପୁଲିସ୍ । ଏବେ ଏହି ହତ୍ୟାର କାରଣ ମଧ୍ୟ ସାମ୍ନାକୁ ଆସିଯାଇଛି ।

ପୁଲିସ୍‌ର କହିବା ଅନୁଯାୟୀ, ସମ୍ପତ୍ତି ବିବାଦକୁ ନେଇ ମୋହିତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । କୁହାଯାଉଛି ଲକ ଗ୍ୟାଙ୍ଗର ସଦସ୍ୟ ମଙ୍ଗୁ ମୋହିତଙ୍କ ଏକ ଫ୍ଲାଟ୍‌ରେ ୩୦ ଲକ୍ଷ ଟଙ୍କା ନିବେଶ କରିଥିଲେ , କିନ୍ତୁ ସେ ମରିଗଲେ । କିନ୍ତୁ ଏହା ପରେ ଗ୍ୟାଙ୍ଗ୍‌  ଲୋକ ତଥା ମଙ୍ଗୁର ସାଥି ୩୦ ଲକ୍ଷ ଟଙ୍କା ମାଗିବାରୁ ମୋହିତ୍ ଦେବାକୁ ମନା କରି ଦେଇଥିଲେ । ଏହି କାରଣରୁ ତାଙ୍କୁ ମାରି ଦିଆଗଲା ।

ପୁଲିସ୍ ଯେଉଁ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରିଛି ସେ ହେଉଛି ସେହି ଗ୍ୟାଙ୍ଗର ସଦସ୍ୟ । ମୋହିତଙ୍କୁ ଏହି ଗ୍ୟାଙ୍ଗ ତରଫରୁ ଦୁଇଥର ଟଙ୍କା ମଗାଯାଇଥିଲା କିନ୍ତୁ ସେ ଟଙ୍କା ଦେବାକୁ ମନା କରିବା ସହ ମାରପିଟ୍ କରିଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ଗ୍ୟାଙ୍ଗ୍ ଲୋକମାନେ ମିଶି ମୋହିତ୍‌ଙ୍କୁ  ଗୁଳି ମାରି ହତ୍ୟା କରିଥିଲେ । ତେବେ ଯେଉଁ ପିଲାଟିକୁ ପୁଲିସ୍ ଗିରଫ କରିଛି ଉକ୍ତ ପିଲାଟି ବାହାରେ ପହରା ଦେବାର କାମ କରୁଥିଲା ଏବଂ ଅନ୍ୟ ସଦସ୍ୟ ମୋହିତଙ୍କୁ ଗୁଳି ମାରିଥିଲେ ।



from Odisha Reporter http://bit.ly/30Ls5Qi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages