ଖାଲିପଡ଼ିବ ୪ ରାଜ୍ୟସଭା ସିଟ୍ : ବିରୋଧୀଙ୍କୁ ଚକମା ଦେବାକୁ ବିଜେଡିର ରଣନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଖାଲିପଡ଼ିବ ୪ ରାଜ୍ୟସଭା ସିଟ୍ : ବିରୋଧୀଙ୍କୁ ଚକମା ଦେବାକୁ ବିଜେଡିର ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ନିଜର ୬ଜଣ ରାଜ୍ୟସଭା ସାଂସଦଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ଏବେ ପୁଣିଥରେ ଏହି ସମସ୍ତ ସିଟକୁ ନିଜ ଅକ୍ତିଆରରେ ରଖିବା ପାଇଁ ଅଙ୍କକଷା ଆରମ୍ଭ କରିଦେଇଛି। ବିଜେଡିର ୬ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪ଜଣ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବାରୁ ଉକ୍ତ ୪ଟି ରାଜ୍ୟସଭା ସିଟକୁ ହାତେଇବା ପାଇଁ ଦଳ ରଣକୌଶଳ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାଜ୍ୟସଭାରେ ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ଆଉ ମାତ୍ର ୯ମାସ ବାକି ରହିଥିବାରୁ ଏତେ କମ ଅବଧି ପାଇଁ ସମ୍ପୃକ୍ତ ରାଜ୍ୟସଭା ଆସନରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ଚାହିଁବେ ନାହିଁ କି ବିଜେଡି ବି ଆଗ୍ରହ ଦେଖାଇବ ନାହିଁ।

ଚଳିତ ସାଧାରଣ ନିର୍ବାଚନରେ ବିଜେଡି ତା’ର ୬ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି ଓ ପ୍ରତାପ ଦେବଙ୍କୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ଏମାନଙ୍କ ମଧ୍ୟରୁ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମ୍ ନିର୍ବାଚନ ହାରିଥିବାବେଳେ ଉଭୟଙ୍କର ରାଜ୍ୟସଭା କାର୍ଯ୍ୟକାଳ ଯଥାକ୍ରମେ ୨୦୨୨ ଜୁଲାଇ ୧ ଓ ୨୦୨୦ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଛି। ନିର୍ବାଚନ ଜିଣିଥିବା ସୌମ୍ୟ ଓ ଅଚ୍ୟୁତଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଥିବାବେଳେ ପ୍ରତାପଙ୍କର ୨୦୨୨ ଜୁଲାଇ ୧ ଓ ଅନୁଭବଙ୍କର ୨୦୨୦ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଛି। ନିୟମ ଅନୁସାରେ ଏହି ବିଜୟୀ ସାଂସଦମାନଙ୍କୁ ଯେକୌଣସି ଗୋଟିଏ ପଦ ରଖିବାକୁ ପଡ଼ିବ। ଯଦି ଏହି ସାଂସଦମାନେ ଲୋକସଭା ସଦସ୍ୟତାକୁ ଜାରି ରଖିବାକୁ ନିଷ୍ପତ୍ତି ନିଅନ୍ତି ତା’ହେଲେ ସେମାନଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପଡ଼ିବ। ଆଉ ସେମାନଙ୍କର ଇସ୍ତଫାର ୬ମାସ ମଧ୍ୟରେ ହିଁ ଏସବୁ ପଦ ପାଇଁ ନିର୍ବାଚନ ହେବାର ପ୍ରାବଧାନ ରହିଛି।

ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ରାଜ୍ୟସଭାରେ ନିଜର ସମସ୍ତ ଆସନକୁ ସୁରକ୍ଷିତ ରଖିବା ପାଇଁ ଦଳ ଋଣକୌଶଳ ପ୍ରସ୍ତୁତ କରିଛି। ନିର୍ବାଚନ ଜିଣିଥିବା ପ୍ରତାପ, ସୌମ୍ୟ ଓ ଅଚ୍ୟୁତଙ୍କର ରାଜ୍ୟସଭାରେ କାର୍ଯ୍ୟକାଳ ଅଧିକ ଦିନ ରହିଥିବାରୁ ସେମାନେ ନିର୍ବାଚିତ ହୋଇଥିବା ପଦକୁ ବଜାୟ ରଖିବା ନିମନ୍ତେ ନୂଆ ପଦ ପାଇଁ ଶପଥ ନେବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ। କିନ୍ତୁ ଅନୁଭବଙ୍କ କ୍ଷେତ୍ରରେ ବିଜେଡି ସେଭଳି କରିବା ପାଇଁ ଚାହୁଁନଥିବା ଜଣାପଡ଼ିଛି। କାରଣ ରାଜ୍ୟସଭାରେ ଅନୁଭବଙ୍କ କାର୍ଯ୍ୟକାଳ ଆଉ ମାତ୍ର ୯ମାସ ବାକି ରହିଛି। ଏତେ କମ ଅବଧି ପାଇଁ ସମ୍ପୃକ୍ତ ରାଜ୍ୟସଭା ଆସନରେ ନିର୍ବାଚନ କରାଇବାକୁ ମଧ୍ୟ ନିର୍ବାଚନ କମିଶନ ଚାହିଁବେ ନାହିଁ। ସେହିପରି ସରୋଜିନୀଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୨ତାରିଖରେ ଶେଷ ହେଉଥିବାରୁ ଅନୁଭବ ଓ ସରୋଜିନୀଙ୍କ ଆସନ ପାଇଁ ବିଜେଡି ଏକକାଳୀନ ନିର୍ବାଚନ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ୨୦୨୦ ଏପ୍ରିଲ ୨ରେ ମଧ୍ୟ ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଯଦିବି ଅନୁଭବ ଏବେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ଆନୁଷ୍ଠାନିକ ଭାବେ ଲୋକସଭାର ସଦସ୍ୟତା ଗ୍ରହଣ କରନ୍ତି ତଥାପି ବି ଏହି ଆସନରେ ମାର୍ଚ୍ଚ ପୂର୍ବରୁ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ।

ବିଧାନସଭାରେ ବିଜେଡିର ୧୧୨ଜଣ ବିଧାୟକ ଥିବାବେଳେ ୨୩ଟିରେ ବିଜେପି ଓ ୯ଟି କଂଗ୍ରେସ ବିଜୟୀ ହୋଇଛି। ଏହା ବାଦ୍ ଜଣେ ବିଧାୟକ ସ୍ୱାଧୀନ ଓ ଜଣେ ସିପିଏମ ବିଧାୟକ ଅଛନ୍ତି। ରାଜ୍ୟସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ଜିତିବା ପାଇଁ ଆବଶ୍ୟକ ଭୋଟ୍ ଫର୍ମୂଲା ହେଉଛି ( ମୋଟ ବିଧାୟକ ସଂଖ୍ୟା ଗୁଣନ ୧୦୦/ଖାଲି ପଡ଼ିଥିବା ଆସନ+୧)+୧ । ତେଣୁ ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ସୁଦ୍ଧା ୩ଟି ରାଜ୍ୟସଭା ଆସନରେ ଓ ମାର୍ଚ୍ଚରେ ବାକି ୪ଟି ଆସନ ପାଇଁ ନିର୍ବାଚନ ହେବ। ବିଜେଡି ପାଖରେ ୧୧୨ ବିଧାୟକ ଥିବାରୁ ପ୍ରଥମ ଦଫାରେ ୩ଟି ରାଜ୍ୟସଭା ଆସନକୁ ହାତେଇବା ନିମନ୍ତେ ଦଳ ପାଖରେ ଆବଶ୍ୟକ ସମର୍ଥନ ରହିଛି।

ଅନ୍ୟପକ୍ଷେ ମାର୍ଚ୍ଚ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ(ଅନୁଭବଙ୍କ ଆସନକୁ ମିଶାଇ)ରେ ଜିତିବା ନିମନ୍ତେ ବିଜେଡିକୁ ବେଶ୍ କସରତ କରିବାକୁ ପଡ଼ିବ। ନଚେତ୍ ଚତୁର୍ଥ ଆସନଟି ବିରୋଧୀ ଦଳ ପାଖକୁ ଯିବା ନିଶ୍ଚିତ। ଅବଶ୍ୟ କଂଗ୍ରେସର ଆଭିମୁଖ୍ୟ ଉପରେ ବିଜେଡି ପ୍ରାର୍ଥୀଙ୍କ ଜିତିବା ନିର୍ଭର କରୁଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2QsEZh6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages