
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ନିଆଁ ବର୍ଷିବ। ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ ଉପାନ୍ତରୁ ଉପକୂଳ ଯାଏଁ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ରାଜ୍ୟର ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ୪୪.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ହୋଇଛି।
ସେହିପରି ସମ୍ବଲପୁରରେ ୪୪.୭ ଡିଗ୍ରୀ, ଟିଟିଲାଗଡ଼ରେ ୪୪.୬ ଡିଗ୍ରୀ, ତାଳଚେରରେ ୪୪.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୪ ଡିଗ୍ରୀ, ବଲାଙ୍ଗିରରେ ୪୩.୭ ଡିଗ୍ରୀ, ହୀରାକୁଦରେ ୪୩.୬ ଡିଗ୍ରୀ, ମାଲକାନଗିରିରେ ୪୩.୨ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୮.୨ ଡିଗ୍ରୀ ଓ କଟକର ତାପମାତ୍ର ୩୭.୮ ଡିଗ୍ରୀ ରହିଛି।
ଗ୍ରୀଷ୍ମପ୍ରବାହକୁ ଦେଖି ରାଜ୍ୟର ୯ଟି ଜିଲ୍ଲା ପାଇଁ ହିଟ୍ୱେଭ୍ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏସବୁ ଜିଲ୍ଲାରେ ଭୟଙ୍କର ତାତି ସହ ଝାଞ୍ଜିମାଡ଼ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ। ଏହା ପରେ ତାତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି।
from Odisha Reporter http://bit.ly/2HG4w3Y
No comments:
Post a Comment