ସାଇବାବାଙ୍କ ଶରଣରେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ସାଇବାବାଙ୍କ ଶରଣରେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ

ମୁମ୍ବାଇ: ବିଶ୍ୱକପ୍ ପାଇଁ ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଙ୍ଗଳବାର ଶିରିଡ଼ି ପହଞ୍ଚିଛନ୍ତି। ଶାସ୍ତ୍ରୀଙ୍କ ସହ ଟିମର ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ଓ ବୋଲିଂ କୋଚ୍ ଭରତ ଅରୁଣ ମଧ୍ୟ ଶିରିଡ଼ି ଯାଇ ସାଇବାବାଙ୍କ ଆଶୀର୍ବାଦ ନେଇଛନ୍ତି।

ଟିମର ଫିଲ୍ଡିଂ କୋଚ୍ ଶ୍ରୀଧର ନିଜ ଟ୍ୱିଟର ଆକାଉଣ୍ଟରେ ମନ୍ଦିର ଦର୍ଶନ ଓ ନିଜ ବିମାନର ଫଟୋ ଶେୟାର କରିଛନ୍ତି। କୋଚ୍ ଶାସ୍ତ୍ର ଓ ଶ୍ରୀଧର ଶିରିଡ଼ି ପାଇଁ ଗୌତମ ଗୌତମ ସିଂହାନିଆଙ୍କ ବ୍ୟକ୍ତିଗତ ବିମାନ ଯୋଗେ ଏଠାରେ ପହଞ୍ଚିଛନ୍ତି। ଏଥିପାଇଁ ଶ୍ରୀଧର ଗୌତମଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଶ୍ୱକପ୍ ପାଇଁ ଇଂଲଣ୍ଡ ଯିବା ପୂର୍ବରୁ ଅଲରାଉଣ୍ଡର କେଦାର ଯାଦବ ନିଜର ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି ଏବଂ ସେ ଟିମ୍ ସହ ବିଶ୍ୱକପ୍ ପାଇଁ ଫିଟ୍ ଘୋଷିତ ହୋଇଛନ୍ତି। କେଦାର ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ।



from Odisha Reporter http://bit.ly/2QfAIxq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages