ଶରଦ ପାୱାରଙ୍କ ଫୋନକୁ ଜଗନ୍‌ଙ୍କ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଶରଦ ପାୱାରଙ୍କ ଫୋନକୁ ଜଗନ୍‌ଙ୍କ ନା

ହାଇଦ୍ରାବାଦ: ମେ ୨୩ରେ ଫଳ ପ୍ରକାଶ ପାଇବା ପୂର୍ବରୁ ମଧ୍ୟ ବିଭନ୍ନ ଆଞ୍ଚଳିକ ଦଳମାନଙ୍କୁ ମନାଇବା ପାଇଁ ପ୍ରୟାସ ଆରମ୍ଭ ହୋଇସାରିଥିବା ବେଳେ ସମସ୍ତଙ୍କ ନଜର୍ ରହିଛି ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଉପରେ। ମିଳିଥିବା ସୂଚନା ଅନୁଯାୟୀ, ୟୁପିଏ ମେଣ୍ଟରେ ପୂର୍ବରୁ ବଡ଼ ଭୂମିକା ତୁଲାଇଥିବା ଏନ୍‌ସପି ଅଧ୍ୟକ୍ଷ ଶରଦ ପାୱାର ଜଗନ୍‌ଙ୍କ ସହ ଯୋଗାଯୋଗ କରିବାର ପ୍ରୟାସ କରିଥିଲେ ମଧ୍ୟ ଜଗନ୍‌ ଏହାକୁ ଏଡ଼ାଇଯାଇଛନ୍ତି। ବିରୋଧୀ ଦଳଙ୍କୁ ଝଟ୍‌କା ଏବଂ ଶାସକ ଏନ୍‌ଡିଏକୁ ପୁଣି କ୍ଷମତାକୁ ଫେରିବାର ଆଶା ଦେଖାଇଥିବା ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବା ପରେ ନୂତନ ସମୀକରଣର ଆଶା ସୃଷ୍ଟି କରିଛି। ଏପରି ସ୍ଥିତିରେ ଜଗନ୍‌ ନିଜର ନିଷ୍ପତ୍ତି ସ୍ପଷ୍ଟ ନକରିବା ସମସ୍ତଙ୍କୁ ଚକିତ କରିଛି।

ଏକଜିଟ୍‌ ପୋଲ୍ ସ୍ପଷ୍ଟ କରିସାରିଛି, ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ସରକାରଙ୍କୁ ଚକ୍‌ମା ଦେଖାଇ ଜଗନ୍‌ କ୍ଷମତା ଦଖଲ କରିପାରନ୍ତି। କିନ୍ତୁ ସେ କେନ୍ଦ୍ରରେ ଏନ୍‌ଡିଏ ଆଡ଼କୁ ଢଳିବାର ବେଶୀ ସମ୍ଭାବନା ରହିଥିଲାବେଳେ ୟୁପିଏ ଏବଂ ତୃତୀୟ ସାମ୍ମୁଖ୍ୟ ପରି ଅନ୍ୟ ବିକଳ୍ପ ବାବଦରେ ସେ ଚୁପ ରହିଆସିଛନ୍ତି। ସେ ଦାବି କରିଆସିଛନ୍ତି, ଯେ କେହି ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବ ତାକୁ ତାଙ୍କ ଦଳ ସମର୍ଥନ ଦେବ।

ଇଣ୍ଡିଆଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଏକଜିଟ୍‌ ପୋଲ ଅନୁଯାୟୀ ୱାଇଏସ୍‌ଆର କଂଗ୍ରେସ ଆନ୍ଧ୍ରର ମୋଟ ୨୫ ଲୋକସଭା ଆସନରୁ ୧୮ରୁ ୨୦ଟି ଆସନ ହାତେଇପାରେ। ଟିଡିପି ମାତ୍ର ୪ରୁ ୬ଟିରେ ବିଜୟ ଲାଭ କରିବାକୁ ଥିବାବେଳେ କଂଗ୍ରେସ ଖାତା ଖୋଲିପାରବିନି ବୋଲି ଆକଳନ କରାଯାଇଛି। ୱାଇଏସ୍‌ଆର ପକ୍ଷରୁ କୁହାଯାଇଛି ନିର୍ବାଚନ ଫଳାଫଳ ଆସିଗଲା ପରେ ଜଗନ୍‌ ମେଣ୍ଟ ବାବଦରେ ସ୍ପଷ୍ଟ କରିବେ। ସେ ଆନ୍ଧ୍ରପ୍ରଦେଶର ସ୍ୱାର୍ଥ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଗୁରୁତ୍ୱ ଦେବେ ବୋଲି ଦଳ ପକ୍ଷରୁ ଦୋହରାଯାଇଛି।



from Odisha Reporter http://bit.ly/2wcVMM2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages