
ଭବାନୀପାଟଣା(ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅନ୍ତର୍ଗତ ଉର୍ଲଦାନୀ ରେଞ୍ଜର ଡୁଙ୍ଗୁରି ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ବନ ବିଭାଗ ପକ୍ଷରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ହାତୀଟି ତିନିରୁ ଚାରି ଦିନ ହେବ ମରି ପଡ଼ିଥିବା ଜଣାପଡ଼ିଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେହି ଅଞ୍ଚଳକୁ କେହି ଯାଉ ନ ଥିବାରୁ ହାତୀଟି ମରି ପିଚିଯାଇଛି।
ଦାନ୍ତ ପାଇଁ ହାତୀକୁ କେହି ମାରିଛି କି ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛ ତାହା ସ୍ପଷ୍ଟ ହୋଇପାରିନାହିଁ। ହାତୀର ଶବ ବ୍ୟବଚ୍ଛେଦ କରାଯିବା ପରେ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2VNBjMh
No comments:
Post a Comment